Get Updates
Get notified of breaking news, exclusive insights, and must-see stories!

Sidharth Kiara Wedding:କିଆରା-ସିଦ୍ଧାର୍ଥଙ୍କ ବିବାହରେ ସାମିଲ୍ ହେବେ ସଲମାନ ଖାନ

Sidharth Kiara Wedding: ଅଭିନେତା ସଲମାନ ଖାନ ଏହି ବିବାହ ଉତ୍ସବରେ ଯୋଗଦେବେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦବଙ୍ଗ ଖାନା ଉଭୟ କିଆରା ଏବଂ ସିଦ୍ଧାର୍ଥଙ୍କର ଖୁବ୍ କ୍ଲୋଜ୍ ।

Sidharth Kiara Wedding

Sidharth Kiara Wedding: ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ କପଲ୍ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା । ଉଭୟ ମୁମ୍ବାଇଠାରୁ ଦୂରରେ ରାଜସ୍ଥାନର ଜୈସଲମେରରେ ବିବାହ କରିବା ପାଇଁ ଯାଉଛନ୍ତି । ବିବାହରେ ଯୋଗ ଦେବା ପାଇଁ ପୁରା ପରିବାର ଏବଂ କିଛି ଖାସ୍ ଅତିଥି ମଧ୍ୟ ରାଜସ୍ଥାନରେ ପହଁଚି ସାରିଲେଣି । ତେବେ ଖାସ୍ କଥା ହେଲା ଯେ କିଆରା-ସିଦ୍ଧାର୍ଥଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ମଧ୍ୟ ଯୋଗ ଦେଇ ପାରନ୍ତି ।

ସୂଚନା ଅନୁସାରେ, ଅଭିନେତା ସଲମାନ ଖାନ ଏହି ବିବାହ ଉତ୍ସବରେ ଯୋଗଦେବେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦବଙ୍ଗ ଖାନା ଉଭୟ କିଆରା ଏବଂ ସିଦ୍ଧାର୍ଥଙ୍କର ଖୁବ୍ କ୍ଲୋଜ୍ । ତେଣୁ ଦୁଇ ଷ୍ଟାରଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଉଭୟଙ୍କ ଖୁସିରେ ସାମିଲ ହେବେ ସଲମାନ ଖାନ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଲମାନ ଖାନ ହିଁ ପ୍ରଥମେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ ଯେ କିଆରା ଏବଂ ସିଦ୍ଧାର୍ଥ ବିବାହ କରିବା ପାଇଁ ଯାଉଛନ୍ତି ।

ଗତ ବର୍ଷ ଅକ୍ଟୋବରରେ ସିଦ୍ଧାର୍ଥ ନିଜ ଫିଲ୍ମ 'ଥ୍ୟାଙ୍କ୍ ଗଡ଼'କୁ ବିଗ୍ ବସ୍ ୧୬ରେ ପ୍ରମୋଟ୍ କରିବା ପାଇଁ ପହଁଚିଥିଲେ । ଯେଉଁ ସମୟରେ ସଲମାନ ସିଦ୍ଧାର୍ଥଙ୍କୁ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିଥିଲେ ଏବଂ ନିଜେ ମଧ୍ୟ ସୂଚନା ଦେଇଥିଲେ । ସଲମାନ ଖାନଙ୍କ ବ୍ୟତୀତ ଅତିଥି ତାଲିକାରେ ସାହିଦ କପୁର, ମୀରା ରାଜପୁତ, ରାମ ଚରଣ, ମନୀଷ ମଲହୋତ୍ରା, କରଣ ଜୋହର, ବରୁଣ ଧାୱନ ମଧ୍ୟ ଏହି ବିବାହରେ ଯୋଗ ଦେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+