ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ପ୍ରେମ କାହାଣୀ, ଏହି ମଡେଲଙ୍କ ସହ କରିଥିଲେ ଦ୍ୱିତୀୟ ବିବାହ
ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ପ୍ରେମ କାହାଣୀ, ଏହି ମଡେଲଙ୍କ ସହ କରିଥିଲେ ଦ୍ୱିତୀୟ ବିବାହ
ମୁମ୍ବାଇ: ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତାଙ୍କର ଏପରି ଅକାଳ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜ ବୃତ୍ତିଗତ ଜୀବନ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସିଦ୍ଧାନ୍ତ ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ । ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ଦୁଇଥର ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ନା' ଇରା ସୂର୍ଯ୍ୟବଂଶୀ ଥିଲା । ୧୫ ବର୍ଷ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଯାହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ୨୦୧୫ ମସିହାରେ ସିଦ୍ଧାନ୍ତ ଏବଂ ଇରାଙ୍କ ଡିଭୋର୍ସ ହୋଇଥିଲେ । ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ନିଜ ବ୍ୟକ୍ତିଗତ ଜୀବନର ବିବାଦରୁ ଦୂରେଇ ରହିବା ପାଇଁ ବୃତ୍ତିଗତ ଜୀବନରେ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଥିଲେ । ହେଲେ ଏହାରି ମଧ୍ୟରେ ତାଙ୍କ ଜୀବନରେ ଜଣେ ରଷିଆନ୍ ମଡେଲଙ୍କ ଏଣ୍ଟ୍ରି ହୋଇଥିଲା । ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଜୀବନରେ ଆସିଥିଲେ ଏଲେସିଆ ରାଉତ । ଧିରେ ଧିରେ ଉଭୟଙ୍କ ବନ୍ଧୁତା ପ୍ରେମର ରୁପ ନେଇଥିଲା । ଶେଷରେ ଉଭୟ ବିବାହ କରିବାର ନିଷ୍ପତ୍ତ ନେଇଥିଲେ । ସିଦ୍ଧାନ୍ତ ବେଶ୍ ଧୂମଧାମରେ ଦ୍ୱିତୀୟ ବିବାହ କରିଥିଲେ ।
ଜିମ୍ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ହୋଇ ପଡ଼ିଯାଇଥିଲେ । ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏଲେସିଆ ଏବଂ ସିଦ୍ଧାନ୍ତ ୨୦୧୭ ରେ ବିବାହ କରିଥିଲେ ଏବଂ ଉଭୟ ନିଜ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିମରେ ୱାର୍କଆଉଟ୍ କରିବା ସମୟରେ ସିଦ୍ଧାନ୍ତ ହୃଦଘାତର ଶିକାର ହୋଇଥିଲେ । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।












Click it and Unblock the Notifications