ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ପରଲୋକ, ୱାର୍କଆଉଟ୍ କରିବା ସମୟରେ ହେଲା ହୃଦଘାତ
ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ପରଲୋକ
ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରେ ଆଉ ଜଣେ ଅଭିନେତାଙ୍କର ହୃଦଘାତରେ ମୃତ୍ୟୁ । ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ମାତ୍ର ୪୬ ବର୍ଷ ବୟସ ପରଲୋକ ହୋଇଛି । ଜିମରେ ବ୍ୟାୟାମ ସମୟରେ ଅଭିନେତାଙ୍କର ହୃଦଘାତ ହୋଇଥିଲା । ସିଦ୍ଧାର୍ଥ ଜିମରେ ୱାର୍କଆଉଟ୍ କରୁଥିବାବେଳେ ହଠାତ୍ ଟଳିପଡିଥିଲେ । ଅଭିନେତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।

ସିଦ୍ଧାନ୍ତ ଅନେକ ହିଟ୍ ସୋ'ରେ ଅଭିନୟ କରିଥିଲେ
ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ଏପରି ହଠାତ୍ ଦୁନିଆରୁ ଚାଲିଯିବାର ଖବର ଅନେକ ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କରିଛି । ସିଦ୍ଧାନ୍ତ ଟିଭିରେ ଦୀର୍ଘଦିନ ଧରି ଜଣେ ଲୋକପ୍ରିୟ ଅଭିନେତା ଭାବରେ କାମ କରୁଥିଲେ । ଆଜିକାଲି ତାଙ୍କୁ 'ଦଙ୍ଗଲ ଚ୍ୟାନେଲ'ର ସୋ' କଣ୍ଟ୍ରୋଲ ରୁମ'ରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଅଭିନେତା ଅନେକ ହିଟ୍ ସୋ' ରେ କାମ କରିସାରିଛନ୍ତି । 'କୁସୁମ୍', 'ରିସତେ ମେ କଟ୍ଟି ବଟ୍ଟି', 'ମମତା', ଭଳି ଅନେକ ସୋ'ରେ ସିଦ୍ଧାନ୍ତଙ୍କର ଧମଦାର ଅଭିନୟକୁ ବେଶ୍ ପ୍ରଶଂସା କରୁଥିଲେ ଦର୍ଶକ ।
ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ
ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସିଦ୍ଧାନ୍ତଙ୍କ ପରିବାରରେ ତାଙ୍କର ଦୁଇଟି ସନ୍ତାନ ଏବଂ ପତ୍ନୀ ଆଲିଶା ରାଉତ ଅଛନ୍ତି । ତାଙ୍କର ପ୍ରଥମ ପତ୍ନୀ ଛାଡପତ୍ର ପରେ ସିଦ୍ଧାନ୍ତ ସୁପରମୋଡେଲ ଆଲିଶାଙ୍କୁ ବିବାହ କରିଥିଲେ । ନିକଟରେ ଅଭିନେତା ନିଜ ନା'ବଦଳାଇଥିଲେ । ଆନନ୍ଦ ଭାଇ ସୂର୍ଯ୍ୟବଂଶୀ ସିଦ୍ଧାନ୍ତକୁ ବଦଳାଇ ସେ କେବେଳ ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ରଖିଥିଲେ । ଅଭିନେତାଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟ ଖେଳିଯାଇଛି । ଏହା ପୂର୍ବରୁ ଜିମରେ ୱାର୍କଆଉଟ୍ କରିବା ସମୟରେ ହୃଦଘାତରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଥିଲା ।












Click it and Unblock the Notifications