ପଞ୍ଚତତ୍ୱରେ ବିଲୀନ ହେଲେ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ
ପଞ୍ଚତତ୍ୱରେ ବିଲୀନ ହେଲେ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ
ମୁମ୍ବାଇ: ପଞ୍ଚତତ୍ୱରେ ବିଲୀନ ହେଲେ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ । ଶନିବାର ଅଭିନେତାଙ୍କର ଶେଷ ରୀତିନୀତି ସାନ୍ତାକ୍ରୁଜ୍ ପୋଲିସ୍ ଷ୍ଟେସନ ନିକଟସ୍ଥ ଶଶ୍ମାନ ପଡିଆରେ କରାଯାଇଥିଲା । ତାଙ୍କ ଝିଅ ଡିଜା ମୁଖାଗ୍ନୀ ଦେଇଛନ୍ତି । ଏହି ସମୟରେ ଅନେକ ଟେଲିଭିଜନ ଓ ବଲିଉଡ ଅଭିନେତାମାନେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଲାଇକା ଆରୋରା, ଜୟ ଭାନୁଶାଲି ଏବଂ ବିବେକ ମୁଶ୍ରାନଙ୍କ ପରି ଷ୍ଟାର ମାନେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ପହଁଚିଥିଲେ ।

୪୬ ବର୍ଷୀୟ ଅଭିନେତା ସିଦ୍ଧାନ୍ତ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ସେଲିବ୍ରିଟି ଥିଲେ । ସାନ୍ତାକ୍ରୁଜ୍ ପୋଲିସ୍ ଷ୍ଟେସନ ନିକଟସ୍ଥ ଶଶ୍ମାନରେ ଅଭିନେତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ତାଙ୍କ ଝିଅ ଡିଜା ସମସ୍ତ ରୀତିନୀତି କରୁଥିବା ଦେଖିବାକୁ ମିଳିଥିଲା । ରୀତିନୀତି କରିବା ସମୟରେ ମଡେଲ୍ ତଥା ଦ୍ୱିତୀୟ ପତ୍ନୀ ଏଲେସିଆ ମଧ୍ୟ ଯୋଗ ଦେଇଥିଲେ । ପରିବାର ସହିତ ଅନେକ ସେଲିବ୍ରିଟି ଶନିବାର ମୁମ୍ବାଇରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।
ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ହଠାତ୍ ଦେହାନ୍ତ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକ ଛାୟା ଖେଳିଯାଇଛି । ସିଦ୍ଧାନ୍ତଙ୍କ ପତ୍ନୀ ଏଲେସିଆ ରାଉତ ଏବଂ ଦୁଇ ପିଲାଙ୍କ ସହ ମୁମ୍ବାଇରେ ରହୁଥିଲେ । ଅନ୍ତିମ ସଂସ୍କାର ସମୟରେ ତାଙ୍କର ପ୍ରଥମ ପତ୍ନୀ ଇରା ମଧ୍ୟ ଉପସ୍ଥିତ ଥିଲେ । ସିଦ୍ଧାନ୍ତ ଏବଂ ଏଲେସିଆଙ୍କର ଏକ ପୁଅ ଅଛି ।












Click it and Unblock the Notifications