ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଡେଟ୍ କରୁଛନ୍ତି ଶୁବମାନ ଗିଲ୍ ! କ୍ରିକେଟର କହିଲେ ଏପରି କଥା

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଡେଟ୍ କରୁଛନ୍ତି ଶୁବମାନ ଗିଲ୍ ! କ୍ରିକେଟର କହିଲେ ଏପରି କଥା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଏବଂ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ନିଜ ପ୍ରତି ଅନ୍ଦାଜରେ ସେ ଦର୍ଶକଙ୍କ ମନ ଜିଣନ୍ତି । ଚଳଚ୍ଚିତ୍ର ଅପେକ୍ଷା ସାରା ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଲାଇମଲାଇଟରେ ରହିଥାନ୍ତି । ନିକଟରେ ସାରା ଅଲ୍ଲୀ ଖାନ- ଭାରତୀୟ କ୍ରିକେଟର ଶୁବମାନ ଗିଲଙ୍କ ଡେଟିଂ ଖବରକୁ ଚର୍ଚ୍ଚା ଜୋରଧରିଥିଲା । ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବା ପାଇଁ ମଧ୍ୟ ମଳିଥାଏ । ଏବେ ସାରାଙ୍କ ସହ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ଶୁବମାନ ଗିଲ୍ । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Shubman Gill

ସାରାଙ୍କ ବିଷୟରେ କ'ଣ କହିଲେ ଶୁବମାନ ଗିଲ୍
ଭାରତୀୟ କ୍ରିକେଟ୍ ଦଳର ଓପନର୍ ଶୁବମାନ ଗିଲ୍ ନିକଟରେ ପ୍ରସିଦ୍ଧ ପଞ୍ଜାବୀ ଚାଟ୍ ସୋ 'ଦିଲ୍ ଦିୟା ଗଲା'ରେ ଭାଗ ନେଇଥିଲେ। ପ୍ରୀତି ଏବଂ ନୀତି ସିମୋସର ଏହି ଲୋକପ୍ରିୟ ଶୋ' ସମୟରେ ହୋଷ୍ଟ ସୋନମ ବାଜୱା ଶୁବମାନ ଗିଲଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ସୋନମ ଶୁବମାନ ଗିଲଙ୍କୁ ପଚାରିଥିଲେ ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ କିଏ? ଯେଉଁଥିରେ ଶୁବମାନ ବିନା ଦ୍ୱନ୍ଦରେ ସାରା ଅଲ୍ଲୀ ଖାନଙ୍କ ନା' ନେଇଥିଲେ । ଏହା ପରେ ସୋନମ ବାଜୱା ବିଳମ୍ବ ନକରି ଶୁବମାନଙ୍କୁ ପରବର୍ତ୍ତୀ ପ୍ରଶ୍ନ ପଚାରିଥିଲେ ଯେ ଆପଣ ସାରା ଅଲ୍ଲୀ ଖାନଙ୍କୁ ଡେଟ୍ କରୁଛନ୍ତି କି । ଯାହା ଉତ୍ତରରେ ସେ କହିଥିଲେ ଯେ 'ବୋଧହୁଏ' । ଏହା ପରେ ସୋନମ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ ସାରା ଅଲ୍ଲୀ ଖାନଙ୍କ ବିଷୟରେ ସମ୍ପୂର୍ଣ୍ଣ ସତ କୁହ । ଯାହା ପରେ ଶୁବମାନ ଗିଲ୍ ଟିକେ ହସି, ଉତ୍ତର ଦେଇଥିଲେ - ବୋଧହୁଏର ଅର୍ଥ ଉଭୟ ହଁ ଏବଂ ନା । ଶୁବମାନ ସାରଙ୍କ ସହ ନିଜ ସମ୍ପର୍କ ବିଷୟରେ ଅଧିକ କିଛି କହି ନଥିଲେ ସତ ହେଲେ ତାଙ୍କର ଏହି ୱାର୍ ୱାର୍ଡ ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଚଳିତ ବର୍ଷ ୱେଷ୍ଟଇଣ୍ଡିଜ୍ ଟିମ୍ ଇଣ୍ଡିଆ ଗସ୍ତ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଶୁବମାନ ଗିଲ୍ ଏବଂ ସାରା ଅଲ୍ଲୀ ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହା ପରେ, ଅକ୍ଟୋବର ମାସରେ, ସାରା ଏବଂ ଶୁବମାନ ଦିଲ୍ଲୀର ଏକ ହୋଟେଲ ବାହାରେ ଏକାଠି ନଜର ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+