Get Updates
Get notified of breaking news, exclusive insights, and must-see stories!

୧୦ ମିନିଟ୍ ପାଇଁ ଅଟକି ଯାଇଥିଲା ଅଭିନେତା ଶ୍ରେୟସ ତଲପଡେଙ୍କ ହାର୍ଟବିଟ୍

Bobby Deol On Shreyas Talpade Health: ବଲିଉଡ ଅଭିନେତା ଶ୍ରେୟସ ତଲପଡେ ନିଜ ଦମଦାର ଅଭିନୟ ପାଇଁ ବେଶ୍ ଫେମସ । ଗତକାଲି ରାତିରେ ଅଭିନେତା ହୃଦଘାତର ଶିକାର ହୋଇଛନ୍ତି । ଏହି ଖବର ଅଭିନେତାଙ୍କ ସମସ୍ତ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସୂଚନାନୁସାରେ, ଫିଲ୍ମ 'ୱେଲ୍ କମଟୁ ଜଙ୍ଗଲ' ସୁଟିଂ ସମୟରେ ଶ୍ରେୟସ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

bobby deol-shreyas talpade

ଶ୍ରେୟାସ ତାଲପଡେଙ୍କ ପତ୍ନୀ ଦୀପ୍ତି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଏହି ସମୟରେ, ଶ୍ରେୟସଙ୍କ ଖାସ୍ ବନ୍ଧୁ ତଥା ଆନିମଲ୍ ଅଭିନେତା ବବି ଦେଓଲ କହିଛନ୍ତି ଯେ, ସେ ତାଙ୍କ ପତ୍ନୀ ଦୀପ୍ତିଙ୍କଠାରୁ ଲାଗାତାର ଶ୍ରେୟସଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ନେଉଛନ୍ତି।

ବଲିଉଡ ହଙ୍ଗାମା ସହିତ ଆଲୋଚନା କରି ବବି ଦେୱଲ କହିଛନ୍ତି, ଶ୍ରେୟସ୍ ତଲପଡେଙ୍କ ସ୍ୱାସ୍ଥ୍ୟ ବିଷୟରେ ସେ ଦୀପ୍ତି ତଲପଡେଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ଦୀପ୍ତିଙ୍କ କହିବା ଅନୁସାରେ, ଶ୍ରେୟସଙ୍କ ହୃଦସ୍ପନ୍ଦନ 10 ମିନିଟ୍ ପାଇଁ ବନ୍ଦ ହୋଇଯାଇଥିଲା, ଯାହାକୁ ନେଇ ସେ ଖୁବ୍ ଚିନ୍ତିତ୍ ହୋଇ ପଡିଥିଲେ ।

ଶେଷରେ ବବି ଦେଓଲ କହିଥିଲେ ଯେ, ବର୍ତ୍ତମାନ ଶ୍ରେୟାସଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇଛି ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।

ବବି ଦେଓଲ ଆହୁରି କହିଛନ୍ତି ଯେ, ହସ୍ପିଟାଲରେ ଥିବା ଡାକ୍ତରମାନେ ଯଥାଶୀଘ୍ର ଶ୍ରେୟସଙ୍କର Angioplasty କରିବେ । ସୂଚନା ଅନୁଯାୟୀ, ଶ୍ରେୟସ ବର୍ତ୍ତମାନ ଆଇସିୟୁରେ ଅଛନ୍ତି କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ସୋସିଆଲ ମିଡିଆରେ ତାଙ୍କର ସମସ୍ତ ପ୍ରଶଂସକ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। 2017ରେ ରିଲିଜ୍ ହୋଇଥିବା ଫିଲ୍ମ 'ପୋଷ୍ଟର ବାୟଜ୍'ରେ ଶ୍ରେୟସ ତଲପଡେ ଏବଂ ବବି ଦେଓଲ ଏକାଠି କାମ କରିଥିଲେ । ଦୁଇ ଅଭିନେତାଙ୍କ ବନ୍ଧୁତା ଖୁହ୍ ଖାସ୍ ।

ସୂଚନାଥାଉ ଯେ, ଅଭିନେତା ଶ୍ରେୟସ ତଲପଡେ ହୃଦଘାତରେ ଶିକାର ହୋଇଛନ୍ତି । ମୁମ୍ବାଇର ଅନ୍ଧେରିରେ ବେଲେଭ୍ୟୁ ହସ୍ପିଟାଲରେ ୪୭ ବର୍ଷିୟ ଶ୍ରେୟସଙ୍କୁ ଭର୍ତ୍ତି କରାଯାଇଛି । ହୃଦଘାତ ପରେ ଶ୍ରେୟସଙ୍କ ଉପରେ ଏଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା । ଶ୍ରେୟସ୍ ତଲପଡେ ଚଳଚ୍ଚିତ୍ର "ୱେଲକମ ଟୁ ଦ ଜଙ୍ଗଲ" ର ସୁଟିଂ ସାରି ଘରକୁ ପହଞ୍ଚିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+