ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର
ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବେ ଏକ ସାକ୍ଷାତକାରକୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଏବଂ ସମାଜରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପାତରଅନ୍ତର ଉପରେ ଖୋଲିକି କଥା ହୋଇଛନ୍ତି। ଏହାସହ ଅନ୍ତରାଷ୍ଟ୍ରୀୟ ମ୍ୟୁଜିକ ଚାର୍ଟ୍ସର ଉଦାହରଣ ଦେଇ କହିଛନ୍ତି କି ସେଠାରେ ଟେଲର ସ୍ବିଫ୍ଟ ଏବଂ ରିହାନାଙ୍କ ଭଳି ମହିଳା କଳାକାର ସବୁବେଳେ ଟପରେ ରହିଥାନ୍ତି । କିନ୍ତୁ ଭାରତରେ ଏଭଳି କମ୍ ଦେଖିବାକୁ ମିଳିଥାଏ ।

ଏକ ସାକ୍ଷାତକାରରେ ସେ କହିଛନ୍ତି କି, ଯଦି ଭାରତୀୟ ମ୍ୟୁଜିକ ଚାର୍ଟ୍ସକୁ ଦେଖିବା ତେବେ ଏଠାରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ଟପ୍ ୧୦ର କଥା ଛାଡ଼ନ୍ତୁ ଟପ୍ ୫୦ଗୀତରେ ବି ବହୁ କଷ୍ଟରେ ୬ କମ୍ବିା ୭ ଗୀତ ଏଭଳି ହୋଇଥାଏ ଯାହାଙ୍କୁ ମହିଳା କଣ୍ଠଶିଳ୍ପୀ ଗାଇଛନ୍ତି । ଏହି ଚାଟ୍ ଦେଖାଉଛି କି ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ପୂର୍ବ ଭଳି ସୁଯୋଗ ମିଳୁନାହିଁ । ଏଭଳି ସ୍ଥିତି ପୂର୍ବରୁ ନ ଥିଲା, ଏହି ପରିବର୍ତ୍ତନ ପୂର୍ବ କିଛି ବର୍ଷରୁ ଦେଖିବାକୁ ମିଳୁଛି । ଗତ ୧୦ବର୍ଷରୁ ସେ ପରିବର୍ତ୍ତନ ହେଉଥିବା ଇଣ୍ଡଷ୍ଟ୍ରି ଦେଇ ଗତି କରୁଥିବା କହିଛନ୍ତି । ଏହା ମଧ୍ୟରେ କେତେକ ନୂଆ ମ୍ୟୁଜିକ୍ ଷ୍ଟାଇଲ୍ ଏବଂ ଫ୍ୟୁଜନ ସାମ୍ନାକୁ ଆସିଛି ।












Click it and Unblock the Notifications