Get Updates
Get notified of breaking news, exclusive insights, and must-see stories!

'ତୁ ଝୁଟି ମେ ମକ୍କାର'ରିଲିଜ୍ ପରେ ନୂଆ ମୋଡ଼ ନେବ କି ଶ୍ରଦ୍ଧାଙ୍କ କ୍ୟାରିୟର!

ଶ୍ରଦ୍ଧା କପୁର ଏବଂ ରଣବୀର କପୁରଙ୍କ ଅଭିନୀତ 'Tu Jhoothi Main Makkaar' ରିଲିଜ୍ ହେବାପୂର୍ବରୁ ରହିଛି ଚର୍ଚ୍ଚାରେ ଏବଂ ବର୍ତ୍ତରମାନ ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ସମୀକ୍ଷା ।

Shraddha kapoor

Tu Jhoothi Main Makhaar: ଶ୍ରଦ୍ଧା କପୁର ଏବଂ ରଣବୀର କପୁରଙ୍କ ଅଭିନୀତ 'Tu Jhoothi Main Makkaar' ରିଲିଜ୍ ହେବାପୂର୍ବରୁ ରହିଛି ଚର୍ଚ୍ଚାରେ ଏବଂ ବର୍ତ୍ତରମାନ ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ସମୀକ୍ଷା । ଏହି ଫିଲ୍ମର କିଛି ଗୀତ ରିଲିଜ୍ ହୋଇଯାଇଛି ଯେଉଁଥିରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ରଣବୀର-ଶ୍ରଦ୍ଧାଙ୍କ ଏହି ଚଳଚ୍ଚିତ୍ର ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଏବଂ ଅନସ୍କ୍ରିନରେ ଏହି ନୂଆ ଯୋଡିକୁ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ୟୁଏଇରୁ ଫିଲ୍ମକୁ ନେଇ ପ୍ରଥମ ରିଭ୍ୟୁ ଆସିବା ଆରମ୍ଭ ହୋଇଯାଇଛି ।

ସମାଲୋଚକ ଉମର ସାନ୍ଧୁ ଫିଲ୍ମକୁ ନେଇ ନିଜ ମତ ରଖିଛନ୍ତି । ସେ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି । ଖବର ଥାଉ ଯେ, ସାନ୍ଧୁଙ୍କୁ ଇଣ୍ଡଷ୍ଟ୍ରିରେ ଗୁଜବ ପ୍ରଚାର ପାଇଁ ମଧ୍ୟ ଜଣାଯାଏ । ବର୍ତ୍ତମାନ ସେ ଏହି ଚଳଚ୍ଚିତ୍ର ବିଷୟରେ ନିଜର ମତ ସେୟାର କରିଛନ୍ତି ।

ସେ 'Tu Jhoothi Main Makkaar'ରେ ଅଭେନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୟର ବେଶ୍ ପ୍ରଶଂସା କରିଛନ୍ତି । ଫିଲ୍ମ ରିଲିଜ ହେବା ପରେ ଅଭିନେତ୍ରୀ ନୂଆ କରୀନା କପୁର ଖାନ ହେବେ ବୋଲି ସେ ଦାବି କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପରେ ଶ୍ରଦ୍ଧାଙ୍କୁ କ୍ୟାରିୟରରେ ସଫଳତା ମିଳିବ । ଯେପରି 'ଜବ୍ ୱି ମେଟ୍' ପରେ କରୀନା କପୁର ଖାନଙ୍କୁ ସଫଳତା ମିଳିଥିଲା । ଏହି ଚିତ୍ରଟି ନିଶ୍ଚୟ ସୁପରହିଟ୍ ହେବ ।

'Tu Jhoothi Main Makkaar' ଫିଲ୍ମଟି ଏକ ରୋମାଣ୍ଟିକ୍ କମେଡି ଫିଲ୍ମ । ଯେଉଁଥିରେ ପ୍ରଥମ ଥର ପାଇଁ ରଣବୀର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରରେ ଡିମ୍ପଲ୍ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି ଏବଂ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ମାର୍ଚ୍ଚ ୮ ରେ ହୋଲି ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+