'ବଡେ ମିୟାଁ ଛୋଟେ ମିୟାଁ'ରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ
Bade Miyan Chote Miyan: Shraddha Might Reunite With Tiger In His Next Movie ‘Bade Miyan Chote Miyan’.'ବଡେ ମିୟାଁ ଛୋଟେ ମିୟାଁ'ରେ ଟାଇଗରଙ୍କ ସହ ନଜର ଆସିପାରନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ଟାଇଗର ର୍ଶଫ ଓ ଶ୍ରଦ୍ଧା କପୁର । ଫିଲ୍ମ 'ବାଗି'ଏହି ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ୨୦୧୬ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ 'ବାଗି'ରେ ଉଭୟ ଏକାଠି ସ୍କ୍ରିନ୍ ସେୟାର କରିଥିଲେ । ଏବେ ପୁଣି ଉଭୟଙ୍କ ଯୋଡ଼ି ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ମଧ୍ୟ ଏହି ଯୋଡ଼ି ଦର୍ଶକଙ୍କର ବେଶ୍ ଭଲ ପାଇଛି । ଫିଲ୍ମ 'ବାଗି'ରେ ଶ୍ରଦ୍ଧା ଓ ଟାଇଗରଙ୍କ ରୋମାନ୍ସ ଦର୍ଶକଙ୍କର ମନ ଜିଣିଥିଲା । ଫିଲ୍ମଟି ଭଲ ଆୟ ମଧ୍ୟ କରିଥିଲା । ଏହି ଯୋଡ଼ି ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖି ନିର୍ଦ୍ଦେଶକ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି ।

ଫିଲ୍ମ'ବଡେ ମିୟାଁ ଛୋଟେ ମିୟାଁ'ର ରିମେକ୍ରେ ନଜର ଆସିପାରନ୍ତି ଶ୍ରଦ୍ଧା କପୁର । ତାଙ୍କୁ ଏହି ଫିଲ୍ମର ଅଫର୍ ମିଳିବା ନେଇ ସୂଚନା ରହିଛି । ଫିଲ୍ମରେ ଟାଇଗରଙ୍କ ଅପୋଜିଟ୍ରେ ନଜର ଆସିପାରନ୍ତି ଶ୍ରଦ୍ଧା । ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଶ୍ରଦ୍ଧାଙ୍କୁ ଏହି ଅଫର୍ ମିଳିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଟାଇଗର ଓ ଶ୍ରଦ୍ଧାଙ୍କ ଅନ୍-ସ୍କ୍ରିନ୍ କେମିଷ୍ଟ୍ରି ବେଶ ଦମ୍ଦାର । ଏପରିକି ଏହି ଦୁଇ ଷ୍ଟାର ଅଫ୍-ସ୍କ୍ରିନ୍ ମଧ୍ୟ ଭଲ୍ ବନ୍ଧୁ । ୨୦୨୩ ମସିହା, ଫେବ୍ରୁଆରୀ ମାସରେ ଫିଲ୍ମ'ବଡ଼େ ମିୟାଁ ଛୋଟେ ମିୟାଁ'ର ସୁଟିଂ ଆରମ୍ଭ ହେବା ପାଇଁ ଯାଉଛି । ନିର୍ମାତା ଏବେ ଏହାର ପ୍ରସ୍ତୁତି ଆରମ୍ବ କରିଦେଇଛନ୍ତି । ସୁଟିଂ ପାଇଁ ବଛାଚାଲିଛି ସ୍ଥାନ । ତେବେ ଏହି ଫିଲ୍ମରେ ପ୍ରଥମ ଥର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ସେ ୟାର କରିବେ ଟାଇଗର । ଜ୍ୟାକି ଭାଗ୍ନାନି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବେ ହେଲେ ନିକଟରେ ଜ୍ୟାକି ଫିଲ୍ମ ନିର୍ମାଣ ଖବରକୁ ଗୁଜବ ବୋଲି ମଧ୍ୟ କହିଥିଲେ । ତେବେ ଫିଲ୍ମ 'ମିୟାଁ ଛୋଟେ ମିୟାଁ'ର ପ୍ରଥମ ଭାଗରେ ଅମିତାଭ ଓ ଗୋବିନ୍ଦାଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ଖୁବ ଭଲ ଆୟ ମଧ୍ୟ କରିଥିଲା । ଏବେ ଦେଖିବା ବାକି ରହିଲା ଟାଇଗର୍-ଅକ୍ଷୟକୁ ଦର୍ଶକଙ୍କର କେତେ ଭଲ ପାଇବା ମିଳୁଛି ।













Click it and Unblock the Notifications