ଖୁବ୍ ଶୀଘ୍ର ଏହି ବ୍ୟକ୍ତିଙ୍କୁ ବିବାହ କରିପାରନ୍ତି ଶ୍ରଦ୍ଧା କପୁର

Shraddha Kapoor: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ଖବର ରହିଛି ସେ 'ତୁ ଝୁଠି ମେ ମକ୍କରା'ରାଇଟର ରାହୁଲ ମୋଦୀଙ୍କୁ ଡେଟ୍ କରୁଛନ୍ତି । ହେଲେ ଏନେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଣ୍ତିଂ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କୁହାଯାଉଛି ଯେ ଫିଲ୍ମ 'ତୁ ଝୁଠି ମେ ମକର' ସୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ। ବର୍ତ୍ତମାନ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବା ପାଇଁ ମିଳିଥାଏ, ହେଲେ ଖବର ରହିଛି ଏହି ଦମ୍ପତି ଶୀଘ୍ର ବିବାହ କରିପାରନ୍ତି ।

shraddha kapoor boyfriend

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର ଏବଂ ରାହୁଲ ମୋଦୀ ପରସ୍ପର ନିଜ ସମ୍ପର୍କକୁ ନେଇ ବେଶ୍ ଖୁସ୍ ଅଛନ୍ତି । ଉଭୟ ହିଁ ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିବା ପାଇଁ ପସନ୍ଦ କରନ୍ତି । ସେଥିପାଇଁ ଉଭୟ ସୋସିଆଲ ମିଡିଆରେ କୌଣସି ଫଟୋ ମଧ୍ୟ ଏକାଠି ପୋଷ୍ଟ କରନ୍ତି ନାହିଁ । ହେଲେ ଉଭୟ ଏକାଠି ଖୁବ୍ ଫଟୋ କ୍ଲିକ୍ କରନ୍ତି ।

ଏହା ପୂର୍ବରୁ ଗତ ବର୍ଷ ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁରଙ୍କୁ ଏକାଠି ଡିନର କରୁଥିବାର ସ୍ପଟ୍ କରାଯାଇଥିଲା । ଯାହା ପରେ ଉଭୟ ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ ଗ୍ରିନ୍ ସିଗନାଲ ମିଳି ନାହିଁ । ସୂଚନା ଅନୁଯାୟୀ, ଏହି ସମ୍ପର୍କକୁ ନେଇ ସେମାନଙ୍କ ପରିବାର ବହୁତ ଖୁସି ଏବଂ ଉଭୟ ଶୀଘ୍ର ବିବାହ ଯୋଜନା କରିପାରିବେ ବୋଲି କୁହାଯାଉଛି।

ଶ୍ରଦ୍ଧା କପୁରଙ୍କ ଖୁବ ଶୀଘ୍ର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସ୍ତ୍ରୀ-2 ରେ ନଜର ଆସିବେ । ଏଥିରେ ତାଙ୍କ ଅପୋସିଟରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତେବେ ଫିଲ୍ମର ରିଲିଜ୍ ତାରିଖ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+