ଅଲଗା ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା !
Shilpa Shetty-Raj Kundra Relationship: ଅଲଗା ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା ! ଏନେଇ ଚଳଚ୍ଚିତ୍ର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସେ ଏନେଇ 'X'ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଆମେ ଅଲଗା ହୋଇଯାଇଛୁ, ଅନୁରୋଧ କରୁଛୁ ଏ କଷ୍ଟକର ସମୟରେ ଆମକୁ ସମୟ ଦିଅନ୍ତୁ ।
ରାଜ କୁନ୍ଦ୍ରଙ୍କ ଏହି ଟୁଇଟ୍ ପରେ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ଏକ ପ୍ରକାର ପ୍ରଚାର ପ୍ରସାର ବୋଲି କହିଛନ୍ତି । ସେହି ପରି କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ, କି ତୁମେ ପ୍ରକୃତରେ ତୁମର ଶିଳ୍ପା ଶେଟ୍ଟୀଙ୍କଠାରୁ ଅଲଗା ହୋଇଛ କି? ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରାଜ କୁନ୍ଦ୍ରା ତାଙ୍କ ପୋଷ୍ଟରେ ଲେଖି ନାହାଁନ୍ତି ଯେ ସେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କଠାରୁ ଅଲଗା ହେଉଛନ୍ତି ବୋଲି ।

ରାଜ କୁନ୍ଦ୍ରା ମଧ୍ୟ ଏହି ପୋଷ୍ଟର ଏକ ସ୍କ୍ରିନସଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ଏହି ପୋଷ୍ଟ ଦେଖି ଫ୍ୟାନ୍ସ ତାଙ୍କୁ ଲଗାତାର ପ୍ରଶ୍ନ କରିବାରେ ଲାଗିଛନ୍ତି । ଅନେକ ଲୋକେ ପଚାରିଛନ୍ତି ଯେ ଅଲଗା ହେବାର ଅର୍ଥ କ'ଣ, ଛାଡପତ୍ର । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଖବର । ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ, ଏହା ହେଉଛି ଫିଲ୍ମର ପ୍ରମୋସନ୍ ପାଇଁ ଏକ ପ୍ରଚାର ପ୍ରସାର ।
ଅନ୍ୟପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ନିକଟରେ ରାଜ କୁନ୍ଦ୍ରାଙ୍କ ଫିଲ୍ମ UT 69 ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ରାଜ କୁନ୍ଦ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ସେହି ସମୟ ଉପରେ ଆଧାରିତ ଯେତେବେଳେ ରାଜ କୁନ୍ଦ୍ରା ଏକ ଅଶ୍ଳୀଳ ମାମଲାରେ ଜେଲ ଯାଇଥିଲେ।
ସୂଚନାଥାଉ ଯେ, ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯାଇଥିଲା। ଜୁଲାଇ 2021 ରେ ତାଙ୍କୁ ଏକ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହି ମାମଲାକୁ ନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ରାଜ କୁନ୍ଦ୍ରା ବିବାଦରେ ଥିଲେ । ସେପ୍ଟେମ୍ବର ମାସରେ ସେ ଜେଲରୁ ବାହାରି ଥିଲେ ।












Click it and Unblock the Notifications