Get Updates
Get notified of breaking news, exclusive insights, and must-see stories!

Money Laundering Case: ହାଇକୋର୍ଟ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

Money Laundering Case: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବମ୍ବେ ହାଇକୋର୍ଟରେ ହାଜର ହୋଇଛନ୍ତି। କ୍ରିପଟୋ ଆସେଟ୍ ପୋଞ୍ଜି ଯୋଜନା ମାମଲାରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୁମ୍ବାଇର ଜୁହୁ ଅଞ୍ଚଳରେ ଏବଂ ପାଭାନା ହ୍ରଦ ନିକଟରେ ଥିବା ଫାର୍ମ ହାଉସରୁ ଜବତ କରାଯାଇଥିଲା । ଉକ୍ତ ସମ୍ପତ୍ତିକୁ ଖାଲି କରିବା ନୋଟିସକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବରିଷ୍ଠ ଆଡଭୋକେଟ ପ୍ରଶାନ୍ତ ପାଟିଲଙ୍କ ଜରିଆରେ ଜଷ୍ଟିସ ରେବତୀ ମୋହିତ-ଡେରେ ଏବଂ ପ୍ରୀତିରାଜ ଚାବନଙ୍କ ବେଞ୍ଚରେ ଆଜି ଏହି ଆବେଦନ କରାଯାଇଥିଲା।

money laundering case

ଏହି ଆବେଦନରେ କୁନ୍ଦ୍ରା କହିଛନ୍ତି 27 ସେପ୍ଟେମ୍ବର 2024 ରେ ତାଙ୍କ ଅଧିକାର ତଥା ତାଙ୍କ ପରିବାରର ଆଶ୍ରୟସ୍ଥଳୀକୁ ଇଡି ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଦାବି କରିଛନ୍ତି । ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀଙ୍କୁ 10 ଦିନ ମଧ୍ୟରେ ସେମାନଙ୍କ ସମ୍ପତ୍ତି, ମୁମ୍ବାଇର ଏକ ଆବାସିକ ଘର ଏବଂ ପୁଣେର ଏକ ଫାର୍ମ ହାଉସ୍ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି। 3 ଅକ୍ଟୋବରରେ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। 2018ରୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ଏହି ମାମଲାରେ ଏହି ଦମ୍ପତି ଇଡି ସହ ସହଯୋଗ କରୁଛନ୍ତି ଏବଂ 2018 ରୁ 2024 ମଧ୍ୟରେ ଇଡି ସେମାନଙ୍କୁ ପଠାଇଥିବା ସମସ୍ତ ସମନରେ ସେମାନେ ହାଜର ମଧ୍ୟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+