ଗାଁ'ର ମଜାନେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, କଲେ ଏପରି ପ୍ରଶଂସା
Shilpa Shetty Family Udaipur Vaction: ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ପିଲାମାନଙ୍କ ସହ ଛୁଟି କାଟିବା ପାଇଁ ପହଞ୍ଚିଥିଲେ ଉଦୟପୁରରେ । ଯେଉଁଠାରେ ଅଭିନେତ୍ରୀ ନିଜ ପୁରା ଫ୍ୟାମିଲି ସହ ଜଙ୍ଗଲ ସଫାରିର ମଜା ନେଇଥିଲେ ଏବଂ ଏହାସହ ଗାଁକୁ ଅତି ନିକଟରୁ ଦେଖିବା ସହ ସେଠିକାର ମାହୋଲରେ ଏଞ୍ଜୟ କରୁଥିବା ଦେଖିବା ପାଇଁ ମିଳିଥିଲା । ତେବେ ଗାଁ ପରିବେଶ ଅତି ସୁନ୍ଦର ବୋଲି କହି ପ୍ରଶଂସା କରିଥିଲେ ଅଭିନେତ୍ରୀ ।
ଶିଳ୍ପା ଶେଟ୍ଟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଭ୍ୟାକେସନର ଏତ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ତାଙ୍କର ପୁରା ଉଦୟପୁର ଯାତ୍ରାର ଝଲକ ଦେଖିବା ପାଇଁ ମିଳୁଛି । ଭିଡିଓ ଆରମ୍ଭ ହୁଏ ଅଭିନେତ୍ରୀଙ୍କ ବ୍ରେକ୍ ଫାଷ୍ଟରୁ । ଏହା ପରେ, ଜଙ୍ଗଲ ସଫାରିର କିଛି ସୁନ୍ଦର ଦୃଶ୍ୟ ଏବଂ ବନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି । ଏହା ବ୍ୟତୀତ ଅଭିନେତ୍ରୀଙ୍କ ଦୁଇ ପିଲା ମଧ୍ୟ ଭିଡିଓରେ ଖୁବ୍ ମଜା କରୁଥିବାର ଭିଡିଓରେ ଦେଖିବା ପାଇଁ ମିଳୁଛି ।
ଏହି ଭିଡିଓରେ ଶିଳ୍ପା ଭାରତର ଗ୍ରାମୀଣ ଅର୍ଥାତ୍ ଗାଁ ପରିବେଶର ଦୃଶ୍ୟକୁ ଅତି ସୁନ୍ଦର ଭାବେ ନିଜ କ୍ୟାମାରାରେ କୟଦ କରିଥିଲେ । ଅଭିନେତ୍ରୀ ଭିଡିଓରେ ନିଜ ଝିଅ ସହିତ କ୍ଷୀର ଘୋଳିବା ସହ ମାଟି ଖବରର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଶିଳ୍ପାଙ୍କ ଛୁଟିଦିନର ଏହି ଭିଡିଓ ପୁରା ପରିବାରର ଏକ ଫଟୋରେ ଶେଷ ହୋଇଛି ।
ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, 'ଭାରତର ଗାଁ ବହୁତ ସୁନ୍ଦର। ପିତାମାତାମାନଙ୍କ ପାଇଁ, 'ଟେକ୍ନୋଲୋଜିରୁ ଦୂରେଇ ରହିବା ଅତ୍ୟନ୍ତ କଷ୍ଟକର, ତେଣୁ ଆମେ ଆମ ପିଲାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛୁ ..' ।

ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଶିଳ୍ପାଙ୍କ ଏହି ଭିଡିଓରେ ପ୍ରେମର ବର୍ଷା କରୁଛନ୍ତି । ସେମାନେ ମଧ୍ୟ ଅଭିନେତ୍ରୀଙ୍କୁ ଏ ଅନ୍ଦାଜକୁ ଖୁବ୍ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ଉପଭୋଗ କରନ୍ତୁ ... ଏହା ହେଉଛି ପ୍ରକୃତ ଜୀବନ', ଆଉ ଜଣେ ଲେଖିଛନ୍ତି, 'କୌଣସି ପର୍ବ ପାଳନ କରିବା ପାଇଁ ଗାଁ ହେଉଛି ସର୍ବୋତ୍ତମ ସ୍ଥାନ ..। ତେବେ ଶିଳ୍ପା ଶେଟ୍ଟୀଙ୍କୁ ଫିଲ୍ମ ସୁଖୀ ନିକଟରେ ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।












Click it and Unblock the Notifications