ବଲିଉଡରେ ଡେବ୍ୟୁ କରିବେ ଶିଖର ଧୱନ:୧୪ ଅକ୍ଟୋବରରେ ରିଲିଜ୍ ହେବ ପ୍ରଥମ ଫିଲ୍ମ, ହୁମା କୁରେଶିଙ୍କ ସହ ଆସିବେ ନଜର

ବଲିଉଡରେ ଡେବ୍ୟୁ କରିବେ ଶିଖର ଧୱନ:୧୪ ଅକ୍ଟୋବରରେ ରିଲିଜ୍ ହେବ ପ୍ରଥମ ଫିଲ୍ମ, ହୁମା କୁରେଶିଙ୍କ ସହ ଆସିବେ ନଜର

ମୁମ୍ବାଇ: କ୍ରିକେଟ୍ ସହ ଏବେ ବଲିଉଡରେ ଧମାଲ୍ କରିବେ ଶିଖର ଧୱନ । ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସରିଜରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିବା ଶିଖର ଧୱନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶିଖର ଧୱନ ଅଭିନେତ୍ରୀ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନାଙ୍କ ସହ ଫିଲ୍ମ 'DoubleXL'ରେ ନଜର ଆସିପାରନ୍ତି ।

DoubleXL
ସୋସିଆଲ ମିଡିଆରେ ବେଶ୍ ଆକ୍ଟଭ୍ ରୁହନ୍ତି ଧୱନ । ସେ ମାଜାଳିଆ ପୋଷ୍ଟ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍ କରିବାର କୌଣସି ମୌକା ହାତ ଛଡା କରନ୍ତି ନାହିଁ । ନିକଟରେ ଶିଖର ଧୱନଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ହୁମା କୁକେଶି । ଯେଉଁଥିରେ ଉଭୟ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେହିପରି ଫିଲ୍ମ 'ଡବଲ୍ ଏକ୍ସେଲ'କୁ ନେଇ ଧୱନ କହିଛନ୍ତି ଯେ' ସବୁଠୁ ବଡ଼ ମନୋରଞ୍ଜନର ସାଧକ ହେଉଛି ଫିଲ୍ମ ଦେଖିବା । ମୋତେ ଚଳଚ୍ଚିତ୍ର ଦେଖିବା ପାଇଁ ଭଲ ଲାଗେ । ଏହି ଫିଲ୍ମର କାହଣୀ ମୋତେ ଖୁବ ପସନ୍ଦ ଆସିଲା, ଏହା ମୋ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହା ସମଗ୍ର ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ସାଜିବ । 'ଏହି ଫିଲ୍ମର କିଛି ଭାଗ ଭାରତ ଓ ୟୁକେର ସୁଟିଂ ସରିଛି ।

କେବେ ରିଲିଜ୍ ହେବ ଶିଖର ଧୱନଙ୍କ ଫିଲ୍ମ ?
'DoubleXL' ୧୪ ଅକ୍ଟୋବର ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ରରେ ଦୁଇ ପ୍ଲସ୍ ସାଇଜ୍ ମହିଳାଙ୍କ କାହାଣୀ ଦେଖିବା ପାଇଁ ପାଇବେ ଦର୍ଶକ । ଜଣେ ମହିଳା ଉତ୍ତରପ୍ରଦେଶର ହୋଇଥିବାବେଳେ ଅନ୍ୟ ଜଣେ ସହରୀ ନୂଆଦିଲ୍ଲୀରୁ ଆସିଛନ୍ତି । ଉଭୟ ଏକ ସମାଜରୁ ଆସିଛନ୍ତି ଯେଉଁଠାରେ ଜଣେ ମହିଳାଙ୍କ ସୌନ୍ଦର୍ଯ୍ୟ ବା ଆକର୍ଷଣୀୟତା ତାଙ୍କ ଆକାର ସହିତ ଜଡିତ । ଏବେ ଦେଖିବା ବାକି ରହିଲା ପଡିଆରେ ଛକା ଚୌକା ମାରି ଦର୍ଶକଙ୍କ ମନ ଜିଣୁଥିବା ଖେଳାଳି କିପରି ଅଭିନୟ ଜଗତରେ ନିଜ ଛାପ ଛାଡୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+