Get Updates
Get notified of breaking news, exclusive insights, and must-see stories!

ପଞ୍ଚଭୂତରେ ବିଲୀନ ତୁନିଶା ଶର୍ମା, ଅଭିନେତା ଶିଜାନଙ୍କ ମା' ଦେଲେ ଶେଷ ବିଦାୟ

ପଞ୍ଚଭୂତରେ ବିଲୀନ ତୁନିଶା ଶର୍ମା, ଅଭିନେତା ଶିଜାନଙ୍କ ମା' ଦେଲେ ଶେଷ ବିଦାୟ.

ମୁମ୍ବାଇ: ଡିସେମ୍ବର ୨୪ ଶନିବାର ଦିନ 'ଅଲ୍ଲି ବାବା, ଦସ୍ତାଏଁ-ଏ-କାବୁଲ' ଫେମ୍ ଅଭିନେତ୍ରୀ ତୁନିଶା ଶର୍ମା ସେଟ୍'ରେ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଅର୍ଥାତ୍ ଆଜି ତୁନିଶାଙ୍କ ଶର୍ମାଙ୍କର ଶେଷ ରୀତିନୀତି ଶେଷ ହୋଇଛି । ତୁନିଶାଙ୍କ ମାଉସୀ ଇଂଲଣ୍ଡରେ ରୁହନ୍ତି, ତେଣୁ ସେଠାରୁ ଆସିବାରେ ତାଙ୍କୁ ସମୟ ଲାଗିଥିଲା, ଯେଉଁଥିପାଇଁ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ ହୋଇଥିଲା ।

Tunisha Sharmas last ritual
ଅନ୍ତିମ ସଂସ୍କାର ବେଳେ ତାଙ୍କର ବନ୍ଧୁ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିମାନେ ନଜର ଆସିଥିଲେ । ସେଥିମଧ୍ୟରୁ ଶିବିନ ନାରଙ୍ଗ, ବିଶାଲ ଜେଠୱାଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ସମୟରେ ଶିଜାନ ଖାନଙ୍କ ମା ଏବଂ ଭଉଣୀ ମଧ୍ୟ ତୁନିଶାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ । ଶିଜାନ ଖାନ ବର୍ତ୍ତମାନ ଜେଲରେ ଅଛନ୍ତି ।

ଅଭିଯୁକ୍ତ ଶିଜାନ ଖାନଙ୍କ ଭଉଣୀ ଏବଂ ମାଆ ମଧ୍ୟ ତୁନିଶାଙ୍କ ଶେଷ ରୀତିନୀତି ପାଇଁ ମୀରା ରୋଡ ଶ୍ମାସନ ପହଁଚିଥିଲେ । ତୁନିଶାଙ୍କ ମା' ଅଭିଯୋଗ କରିଛନ୍ତି ଯେ ଶିଜାନ ତାଙ୍କ ଝିଅକୁ ଭଲ ପାଇଥିଲେ ଏବଂ ପରବର୍ତ୍ତି ସମୟରେ ଧୋକା ଦେଇଥିଲେ । ସେ ଏଫ୍ଆଇଆର୍ ଦାଖଲ କରିବା ପରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଅଭିନେତା ବାରମ୍ବାର ବିବୃତ୍ତି ବଦଳାଉଥିବା ନେଇ ସୂଚନା ଦେଇଛି ପୋଲିସ । ସେପଟେ ମୁମ୍ବାଇ ଗୋଡଦେବ ଶ୍ମାସନରେ ଅଭିନେତ୍ରୀଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+