Get Updates
Get notified of breaking news, exclusive insights, and must-see stories!

ଦର୍ଶଙ୍କ ମନ ଜଣିବାରେ ଫେଲ୍ ହେଲା 'ଶେହେଜାଦା', ଫ୍ଲପ୍ ଲିଷ୍ଟରେ ସାମିଲ୍ ହେବ ଏହି ଚଳଚ୍ଚିତ୍ର

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର 'ଶେହେଜାଦା' ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆଶା କରାଯାଉଥିବା ପରି ଆକର୍ଷିତ କରିପାରୁ ନାହିଁ । ଫିଲ୍ମକୁ ନେଇ ମେକର୍ସଙ୍କ ଆଶା ଖୁବ ଅଧିକ ଥିଲା ।

Shehzada

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର 'ଶେହେଜାଦା' ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଆଶା କରାଯାଉଥିବା ପରି ଆକର୍ଷିତ କରିପାରୁ ନାହିଁ । ଫିଲ୍ମକୁ ନେଇ ମେକର୍ସଙ୍କ ଆଶା ଖୁବ ଅଧିକ ଥିଲା ।

ହେଲେ ରିଲିଜ୍ ପରେ 'ଶେହେଜାଦା' ନିରାଶ କରିଛି । ଫିଲ୍ମଟି ବର୍ତ୍ତମାନ ବକ୍ସ ଅଫିସରେ ଫ୍ଲେପ୍ ହେବା ସ୍ଥିତିରେ ରହିଛି । ଏପରିକି ଫିଲ୍ମର ବଜେଟ୍ ଆମାଉଣ୍ଟ ମଧ୍ୟ ଟଚ୍ କରି ପାରି ନାହିଁ । କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଷଷ୍ଠ ଦିନରେ ଅର୍ଥାତ୍ ବୁଧବାର ଦିନ କେତେ ଆୟ କରିଛି ।

ଡେଭିଡ ଧୱନଙ୍କ ପୁଅ ରୋହିତ ଧୱନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଶେହେଜାଦା'ର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିଣିପାରି ନାହିଁ । ଫିଲ୍ମର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା।

ପ୍ରଥମ ଦିନରେ ୬ କୋଟିର ବ୍ୟବସାୟ କରିଛି ।
ଦ୍ୱିତୀୟ ଦିନରେ ଏହି ଫିଲ୍ମ ୬.୬୫ କୋଟି ଟଙ୍କା ଆୟ କରିଛି
ତୃତୀୟ ଦିନରେ 'ଶେହେଜାଦା' ୭.୫୫ କୋଟି ଟଙ୍କା ରୋଜଗାର କରିଛି
ଚତୁର୍ଥ ଦିନରେ ଏହି ଫିଲ୍ମ ମାତ୍ର ୨.୨୫ କୋଟି ଟଙ୍କା ଆୟ କରିଛି।
ଏହି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ ମାତ୍ର ୨.୦୬ କୋଟି ଟଙ୍କାର ବ୍ୟବସାୟ କରିଛି
ଷଷ୍ଠ ଦିନରେ ଫିଲ୍ମଟି ମାତ୍ର ୧.୮୦ କୋଟି ଟଙ୍କାର ବ୍ୟବସାୟ କରିପାରିଛି ।
ଏହି ଚଳଚ୍ଚିତ୍ରର ମୋଟ ଆୟ ବର୍ତ୍ତମାନ ୨୬.୨୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

'ଶାହେଜାଦା'ରେ କାର୍ତ୍ତିକ ଏବଂ କ୍ରିତିଙ୍କ ବ୍ୟତୀତ ରୋନିତ୍ ରୟ, ମନୀଷା କୋଇରାଲା, ପରେଶ ରାୱଲ ଏବଂ ସଚିନ୍ ଖେଡେକରଙ୍କ ଭଳି ଚମତ୍କାର ଅଭିନେତାମାନେ କାମ କରିଛନ୍ତି, ତଥାପି ଫିଲ୍ମ ଦର୍ଶକଙ୍କୁ କିଛି ଖାସ ପସନ୍ଦ ଆସି ନାହିଁ ।

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ଚଳଚ୍ଚିତ୍ର 'Ala Vaikunthapurramuloo'ର ଅଫିସିଆଲ୍ ହିନ୍ଦୀ ରିମେକ୍'ହେଉଛି 'ଶେହେଜାଦା' । ୮୫ କୋଟି ଟଙ୍କା ବଜେଟରେ 'ଶେହେଜାଦା' ନିର୍ମାଣ କରାଯାଇଥିଲା । କିନ୍ତୁ ଫିଲ୍ମ ରିଲିଜ ହେବାର ୬ ଦିନ ବିତିଗଲାଣି ହେଲେ 'ଶେହେଜାଦା'ର ଆୟ କିଛି ଖାସ ନାହିଁ । ଏଭଳି ପରିସ୍ଥିତିରେ କାର୍ତ୍ତିକଙ୍କ ଏହି ଚଳଚ୍ଚିତ୍ରର ଖୁବ୍ ଶୀଘ୍ର ଫ୍ଲପ୍ ଲିଷ୍ଟର ସାମିଲ୍ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+