ଦର୍ଶକଙ୍କୁ ଇମପ୍ରେସ୍ କରି ପାରିଲା ନାହିଁ 'ଶେହେଜାଦା', ଦେଖନ୍ତୁ ତୃତୀୟ ଦିନର ଆୟ
ପ୍ରଶଂସକମାନେ ଉତ୍ସାହର ସହିତ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର 'ଶେହେଜାଦା'କୁ ଅପେକ୍ଷା କରିଥିଲେ। ହେଲେ ରିଲିଜ୍ ପରେ ଫିଲ୍ମଟିକୁ କିଛି ଖାସ୍ ପ୍ରତିକ୍ରିୟା ମିଳିପାରି ନାହିଁ । ଚାଲନ୍ତୁ ଦେଖିବା ଫିଲ୍ମର ବର୍ତ୍ତମାନ ପର୍ଯ୍ୟନ୍ତର ଆୟ

ମୁମ୍ବାଇ: 'ଭୁଲ ଭୁଲୈୟା-୨'ର ସଫଳକା ପରେ କାର୍ତ୍ତିକ ଆର୍ଯ୍ୟନ୍ ବଲିଉଡର ହିଟ୍ ଅଭିନେତା ମାନଙ୍କ ଲିଷ୍ଟରେ ସାମିଲ ହୋଇପାରିଛନ୍ତି । ତାଙ୍କୁ ବର୍ତ୍ତମାନ ହିଟ୍ ମେସିନ୍ ବୋଲି କୁହାଯାଉଛି । ତେବେ ନିକଟରେ କାର୍ତ୍ତିକଙ୍କ ଫିଲ୍ମ 'ଶେହେଜାଦା'ରିଲିଜ୍ ହୋଇଛି । ଯାହା ଦର୍ଶକଙ୍କୁ ଇମପ୍ରେସ କରିବାର ବିଫଳ ହୋଇଛି । ଏପରିକି ୱିକେଣ୍ତରେ ମଧ୍ୟ ଖାଲି ପଡିଥିଲା ସିନେମା ଘର । ଚାଲନ୍ତୁ ଜାଣିବା 'ଶେହେଜାଦା' ରବିବାର ଦିନ ଅର୍ଥାତ ରିଲିଜ୍ ହେବାର ତୃତୀୟ ଦିନରେ କେତେ କୋଟି ଆୟ କରିଛି ।
'ଶେହେଜାଦା'ର ତୃତୀୟ ଦିନର ଆୟ
ପ୍ରଶଂସକମାନେ ଉତ୍ସାହର ସହିତ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର 'ଶେହେଜାଦା'କୁ ଅପେକ୍ଷା କରିଥିଲେ। ହେଲେ ରିଲିଜ୍ ପରେ ଫିଲ୍ମଟିକୁ କିଛି ଖାସ୍ ପ୍ରତିକ୍ରିୟା ମିଳିପାରି ନାହିଁ । 'ଶେହେଜାଦା'ଓପନିଂ ଦିନ ୬ କୋଟିର ବ୍ୟବସାୟ କରିଥିଲା । ଯାହାକୁ ଦେଖି ଆସା କରାଯାଉଥିଲା ଯେ, ଏହି ଫିଲ୍ମ ସପ୍ତାହ ଶେଷରେ ଆହୁରି ଭଲ ବ୍ୟବସାୟ କରିବ । କିନ୍ତୁ ଶନିବାର ଦିନ ମଧ୍ୟ ଏହି ଫିଲ୍ମ ଭାରତରେ ମାତ୍ର ୬.୬୫ କୋଟି ଟଙ୍କାର ଆୟ କରିଥିଲା । ସେହିପରି ରିଲିଜ ହେବାର ତୃତୀୟ ଦିନର ବ୍ୟବସାୟ ତାଲିକା ମଧ୍ୟ ପ୍ରକାଶ ପାଇଛି ।
ଚଳଚ୍ଚିତ୍ର ସମାଲୋଚକ ତରଣ ଆଦର୍ଶ ଇନଷ୍ଟାରେ ଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି''ଶେହେଜାଦା' ଆଶା ପୂରଣ କରିବାରେ ବିଫଳ ହୋଇଛି' ୱିକେଣ୍ଡରେ କିଛି ଖାସ୍ ବ୍ୟବସାୟ କରିପାରି ନାହିଁ ଏହି ଫିଲ୍ମ । କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଶୁକ୍ରବାର ଦିନ ୬ କୋଟି, ଶନିବାର ଦିନ ୬.୬୫ କୋଟି ଏବଂ ରବିବାର ଦିନ ୭.୫୫ କୋଟିର ବ୍ୟବସାୟ କରିଛି । ଯାହା ପରେ ମୋଟ ଆୟ ବର୍ତ୍ତମାନ ୨୦.୨୦ କୋଟିରେ ପହଁଚିଛି ।
କାର୍ତ୍ତିକ ଏବଂ କ୍ରିତୀଙ୍କ ବ୍ୟତୀତ ରୋହିତ ଧୱନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରୋନିତ୍ ରୟ, ମନୀଷା କୋଇରାଲା, ପରେଶ ରାୱଲ ଏବଂ ସଚିନ ଖେଡେକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'Ala Vaikunthapurramuloo'ହିନ୍ଦୀ ରିମେକ୍ ହେଉଛି 'ଶେହେଜାଦା' । ଏହି ଫିଲ୍ମଟିକୁ ଦର୍ଶକଙ୍କର କିଛି ଖାସ୍ ଭଲ ପାଇବା ମିଳିପାରି ନାହିଁ । ଏବେ ଦେଖିବା ବାକି ରହିଲା ଯେ, ଆଗାମୀ ଦିନରେ ଏହି ଚଳଚ୍ଚିତ୍ର କେତେ କୋଟିର ବ୍ୟବସାୟ କରୁଛି ।












Click it and Unblock the Notifications