ବଦଳିଲା ଶେହେନାଜଙ୍କ ଆଟିଟ୍ୟୁଡ୍ ! ପ୍ରଶଂସକ କହିଲେ ଅହଂକାରୀ

ବଦଳିଲା ଶେହେନାଜଙ୍କ ଆଟିଟ୍ୟୁଡ୍ ! ପ୍ରଶଂସ କହିଲେ ଅହଂକାରୀ

ମୁମ୍ବାଇ: ବଦଳିଲା ଶେହେନାଜଙ୍କ ଆଟିଟ୍ୟୁଡ୍ ! ପ୍ରଶଂସକ କହିଲେ ଅହଂକାରୀ । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର ଭିଡିଓ ଭାଇରାଲ ହେବା ସହ ସମାଲୋଚନାର ଶିକାର ହେଲେ ଶେହେନାଜ । ବିଗ୍ ବସ ସିଜିନ୍ ୧୩- ରେ ପ୍ରଥମ ଥର ସେ ହିନ୍ଦୀ ଇଣ୍ତଷ୍ଟ୍ରିରେ ପାଦ ଦେଇଥିଲେ । ବିଗ୍ ବସ ଫ୍ୟାନ୍ସଙ୍କ ସହ ଶେହେନାଜ ସଲମାନଙ୍କର ମଧ୍ୟ ମନ ଜିଣିଥିଲେ । ସେ ଭାଇଜାନଙ୍କର ପ୍ରିୟ ପ୍ରତିଯୋଗୀ ଥିଲେ । ଶୋ' ପରେ ମଧ୍ୟ ତାଙ୍କୁ ଦର୍ଶକଙ୍କର ଖୁବ ଭଲ ପାଇବା ମିଳିଥିଲା ।

Shehnazz Gill

ହେଲେ ବର୍ତ୍ତମାନ ଶେହେନାଜ ବଦଳିଯାଇଛନ୍ତି । ଏହା ଆମେ ନୁହେଁ ସୋସିଆଲ ମିଡିଆରେ ଲୋକେ କହିବା ଆରମ୍ଭ କରିଦେଇଛନ୍ତି । ଅଭିନେତ୍ରୀଙ୍କ ଖରାପ ବ୍ୟବହାର ପାଇଁ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡୁଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇଣ୍ତଷ୍ଟ୍ରିରେ ଅଳ୍ପ ଦିନ ହେବା ସତ୍ୱେ ଶେହେନାଜଙ୍କର ପ୍ରଶଂସକଙ୍କ ପ୍ରତି ଏପରି ବ୍ୟବହାର ଦେଖି ଅନେକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଫ୍ୟାନ୍ସ ତାଙ୍କୁ ଅହଂକାରୀ ବୋଲି ମଧ୍ୟ କହୁଛନ୍ତି । ଭାଇରାଲ ଭିଡିଓରେ ସେ ନିଜ ସେଟରୁ ଭ୍ୟାନକୁ ଫେରୁଥିବାର ଦେଖିବା ପାଇଁ ମିଳୁଛି ।

Shehnazz Gill

ସେଠି ଉପସ୍ଥିତ ଥିବା ଫଟୋଗ୍ରାଫର ଶେହେନାଜଙ୍କୁ ଅପେକ୍ଷା କରିଥିଲେ । ହେଲେ ଅଭିନେତ୍ରୀ କାମ ଅଛି କହି ସେଠୁ ପଳାଇଯାଇଥିଲେ । ସେହି ସମୟରେ ଜଣେ ଫଟୋଗ୍ରାଫର ଶେହନାଜଙ୍କୁ କେମିତି ଅଛ ପଚାରିବାରୁ ସେ କହିଥିଲେ ଭଲ ନାହିଁ କାହିଁକି ତୁମେ ମୋ ପାଇଁ ଔଷଧ ଆଣିବେ କି ? ଶେହେନାଜ ଯେଉଁ ସ୍ୱରରେ ଉତ୍ତର ଦେଇଥିଲେ ତାହା ଏବେ କିଛି ଲୋକଙ୍କୁ ପସନ୍ଦ ଆସୁ ନାହିଁ । ଯାହା ପରେ କିଛି ୟୁଜର୍ସ ତାଙ୍କୁ ଅହଂକାରୀ କହିବା ସହ ଖୁବ ବଦଳିଯାଇଛନ୍ତି ଶେହେନାଜ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+