ଶେହେନାଜ ଗିଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ନୂଆ ଗୀତର କଲେ ଘୋଷଣା
ଶେହେନାଜ ଗିଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ନୂଆ ଗୀତର କଲେ ଘୋଷଣା
ମୁମ୍ବାଇ: ଶେହେନାଜ ଗିଲଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିକଟରେ ଶେହେନାଜ ଏମସି ସ୍କୋୟାରଙ୍କ ସହିତ ନିଜର ନୂଆ ଗୀତର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଗୀତର ଟାଇଟଲ୍ ଏବଂ ପୋଷ୍ଟର ରିଲିଜ୍ ହୋଇଛି । ଏମସି ସ୍କୋୟାର ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ଶେହେନାଜ ଗିଲ । ଏହି ପୋଷ୍ଟରରେ ସେ ଖୁବ ସୁନ୍ଦର ଆଟ୍ରିକ୍ଟିଭ୍ ଲାଗୁଛନ୍ତି । ଏମସି ସ୍କୋୟାର-ଶେହେନାଜଙ୍କର ଏହି ଗୀତର ଟାଇଟଲ୍ 'ଘନି ସୟାନି' ରଖାଯାଇଛି । ଡିସେମ୍ବର ୫ ରେ ଶେହେନାଜ ଗିଲଙ୍କ ଆଗାମୀ ଗୀତ ରିଲିଜ ହେବ । ଗୀତର ପୋଷ୍ଟର ଦେଖିବା ପରେ ଶେହନାଜଙ୍କ ପ୍ରଶଂସକମାନଙ୍କର ଉତ୍ସାହ ବଢିଯାଇଛି ।

ଏହି ଫଟୋରେ ଦେଖି ଆପଣ ବୁଝି ସାରିବେଣି ଯେ ଏହି ଗୀତର ସୁଟିଂ ଏକ ମରୁଭୂମିରେ କରାଯାଇଛି ବୋଲି । ଶେହେନାଜଙ୍କ ଲୁକ୍ ରହିଛି ଟିକେ ଟିଫରେଣ୍ଟ । ଏହି ପୋଷ୍ଟରରେ ସେ ଗୋଲ୍ଡେନ୍ ଗାଉନରେ ଖୁବ ସୁନ୍ଦର ଦିଶୁଛନ୍ତି । ସେହିପରି ଏମସି ସ୍କୋୟାରଙ୍କ ଲୁକ୍ ମଧ୍ୟ ବେଶ୍ ଅଟ୍ରାକ୍ଟିଭ୍ ରହିଛି । ଫ୍ୟାସନରେ ଉଭୟ ପରସ୍ପରଙ୍କୁ ଦେଉଛନ୍ତି କଡା ଟକ୍କର ।
ଗତ କିଛି ଦିନ ହେବ ଶେହେନାଜ ଗିଲ୍ ଉଭୟଙ୍କୁ ଅର୍ଥାତ୍ ଶେହେନାଜ-ଏମସି ସ୍କୋୟାରଙ୍କୁ ଏକାଠି ଦେଖିବା ପାଇଁ ମିଳୁଥିଲା । ଉଭୟ ନିଜ ଗୀତର ସୁଟିଂ ସମୟରେ ବେଶ୍ ମସ୍ତି କରୁଥିବାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଶେହେନାଜ ଏମସି ସ୍କୋୟାରଙ୍କର ସହିତ ସିଦ୍ଧାର୍ଥ ଶୁକ୍ଲାଙ୍କ ଗୀତ ଗାଉଥିବାର ନଜର ଆସିଥିଲେ । ଭିଡିଓ ଦେଖିବା ପରେ ପୁଣି ତାଜା ହୋଇଯାଇଥିଲା ସିଡନାଜଙ୍କର ସେଇ ଅଭୁଲା ସ୍ମୃତି । ଶେହେନାଜ ଗିଲ ତାଙ୍କ ନୂଆ ଗୀତର ପୋଷ୍ଟର ରିଲିଜ କରିବା ପରଠାରୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧ ଘଣ୍ଟା ମଧ୍ୟରେ 100000 ରୁ ଅଧିକ ଲୋକ ଏହି ଗୀତର ପୋଷ୍ଟରକୁ ଲାଇକ୍ ଏବଂ ସେୟାର କରିଛନ୍ତି ।












Click it and Unblock the Notifications