Get Updates
Get notified of breaking news, exclusive insights, and must-see stories!

ନିଜ ଗୀତରେ ଫ୍ୟାନ୍ସଙ୍କୁ ଭାବୁକ କଲେ ଶେହେନାଜ, ଖୁବ ଶୀଘ୍ର ନଜର ଆସିବେ ସଲମାନଙ୍କ ସହ

ନିଜ ଗୀତରେ ଫ୍ୟାନ୍ସଙ୍କୁ ଭାବୁକ କଲେ ଶେହେନାଜ, ଖୁବ ଶୀଘ୍ର ନଜର ଆସିବେ ସଲମାନଙ୍କ ସହ

ମୁମ୍ବାଇ: 'ବିଗ୍ ବସ୍ ସିଜନ୍ 13'ର ଫାଇନାଲିଷ୍ଟ ଶେହେନାଜ୍ ଗିଲ୍ । ସେ ଜଣେ ଅଭିନେତ୍ରୀ ସହ ଚମତ୍କାର ଗାୟିକା ମଧ୍ୟ ।ନିକଟରେ ଶେହେନାଜ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରି ତାଙ୍କ କଣ୍ଠ ର ମଧୁର ସ୍ୱରର ଯାଦୁରେ ଦର୍ଶକଙ୍କ ମନ ଜିଣିଛନ୍ତି । । ଶୁକ୍ରବାର ଦିନ ଅଭିନେତ୍ରୀ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ କ୍ଲିପ୍ ସେୟାର କରିଛନ୍ତି। ଏହି କ୍ଲିପ୍‌ରେ ଶେହେନାଜ ବଲିଉଡ ଫିଲ୍ମର ଗୀତ ଗାଉଥିବା ନଜର ଆସୁଛନ୍ତି । ପ୍ରଶଂସକମାନେ ତାଙ୍କ ଗୀତ ତାଙ୍କ ସ୍ୱରର ପ୍ରଶଂସା କରୁଛନ୍ତି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Shehnaaz Gill


ଶେହେନାଜଙ୍କ ଗୀତ ପ୍ରଶଂସକଙ୍କୁ କଲା ଭାବୁକ
ଶେହେନାଜଙ୍କ ଗୀତ ସମସ୍ତଙ୍କୁ ଇମୋସନାଲ ଓ ଇମପ୍ରେସ କରିଛି । ତାଙ୍କର ଏହି ପୋଷ୍ଟରେ ଅନେକ କମେଣ୍ଟ ଓ ଲାଇକ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀଙ୍କୁ ପ୍ରଶଂସା କରି ଜଣେ ପ୍ରଶଂସକ ଲେଖିଛନ୍ତି, ୱା ଏତେ ସୁନ୍ଦର, ବହୁତ ସୁନ୍ଦର # ଶେହେନାଜ ଗିଲ ସବୁବେଳେ ଖୁସିର ରୁହ । ଅନ୍ୟ ଜଣେ ଲେଖିଛନ୍ତି, ତୁମେ ଆଶ୍ଚର୍ଯ୍ୟଜନକ। ଏଥି ସହିତ ଶାହନାଜଙ୍କ ଭାଇ ଶେହେବାଜ ମଧ୍ୟ ଶେହେନାଜଙ୍କ ଗୀତ ଭିଡିଓରେ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି । ତେବେ ଗତ କିଛି ଦିନ ହେଲା ଅଭିନେତ୍ରୀ ଲଗାତାର ଭାବେ ଗୀତର ଭିଡିଓ ସେୟାର କରୁଛନ୍ତି ।

ସଲମାନ ଖାନଙ୍କ ସହ ଆସି ନଜର
ୱାର୍କ ଫ୍ରଣ୍ଟ ବିଷୟରେ କହିବା ପାଇଁ ଗଲେ ଶେହେନାଜ ଗିଲ ସଲମାନ ଖାନଙ୍କ 'କିସି କା ଭାଇ କିସି କି ଜାନ'ରେ କାମ କରୁଛନ୍ତି, ଯାହା ଫରହାଦ ସମଜୀ ଏବଂ ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଶାହନାଜ ଏବଂ ସଲମାନଙ୍କ ବ୍ୟତୀତ ପୂଜା ହେଗଡେ, ଭେଙ୍କଟେଶ ଦଗଡୁବତୀ ଏବଂ ପାର୍ଥ ସିଦ୍ଧପୁରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର 30 ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+