ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ ଶେହନାଜ
Shehnaaz Gill to feature in Rhea Kapoor’s next .ଶେହନାଜ ଗିଲଙ୍କୁ ମିଳିଲା ଆଉ ଏକ ବଡ଼ ଅଫର୍ । ବଲିଉଡ୍ର ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ପରେ ଏବେ ବିଗ୍ ବସ୍ ଫେମ୍ ଶେହେନାଜଙ୍କୁ ସଞ୍ଜୟ ଦତ୍ତଙ୍କ ଫିଲ୍ମରେ କାମ କରିବାର ମୌକା
ମୁମ୍ବାଇ:ଶେହନାଜ ଗିଲଙ୍କୁ ମିଳିଲା ଆଉ ଏକ ବଡ଼ ଅଫର୍ । ବଲିଉଡ୍ର ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ପରେ ଏବେ ବିଗ୍ ବସ୍ ଫେମ୍ ଶେହେନାଜଙ୍କୁ ସଞ୍ଜୟ ଦତ୍ତଙ୍କ ଫିଲ୍ମରେ କାମ କରିବାର ମୌକା ମିଳିପାରେ । ସୂଚନା ରହିଛି ଯେ ତାଙ୍କୁ ସୁଟିଂ ପାଇଁ ଖୁବ ଶିଘ୍ର ଆମେରିକା ଯିବାକୁ ପଡିପାରେ ।ସେହିପରି ଅନ୍ୟପଟେ ଗାୟକ-ଅଭିନେତ୍ରୀ ରିୟା କପୁରଙ୍କ ପରବର୍ତ୍ତୀ ଫିଲ୍ମରେ ମଧ୍ୟ ନଜର ଆସିପାରନ୍ତି ଶେହେନାଜ ।ଏହି ଚଳଚ୍ଚିତ୍ରରେ ଅନିଲ କପୁର ଏବଂ ଭୁମି ପେଡେନେକର ମଧ୍ୟ ନଜର ଆସିପାରନ୍ତି

ନିକଟରେ ଶେହନାଜଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ମେହବୁବ ଷ୍ଟୁଡିଓ ସାମ୍ନାରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଫିଙ୍କ ଡ୍ରେସରେ ଶେହେରାଜ ଖୁବ ସୁନ୍ଦ ଦିଶୁଛନ୍ତି ତେବେ ଷ୍ଟୁଡିଓ ବାହାରେ ତାଙ୍କ ଉପରେ ଗୋଲାପ ଫୁଲ୍ ପକାଇ ସ୍ୱାଗତ କରିଥିଲେ ଫ୍ୟାନ୍ସ । ଏହି ସମୟରେ ଶେହେନାଜ କହିଥିଲେ ଯେ ତାଙ୍କୁ ଆଉ ଏକ ଫିଲ୍ମର ଅଫର୍ ମିଳିଛି । ଯେଉଁଥି ପାଇଁ ସେ ଖୁବ ଖୁସି ଅଛନ୍ତି ।
ଶେହନାଜ ଏଠି ମିଡିଆ ଇଣ୍ଟାରାକ୍ସନ ସମୟରେ କହିଛନ୍ତି ଯେ ମୁଁ ତ ଚାଲିଲି ସଞ୍ଜୁ ବାବାଙ୍କ ସହ ଆମେରିକାର । ଏଥିରେ ଜଣାପଡିଛି କି ସେ କିଛି ବଡ ପ୍ରକଳ୍ପ ପାଇଁ ଆମେରିକା ଯିବେ। ଅନ୍ୟପଟେ ଖୁବ ଶୀଘ୍ର ଶେହେନାଜଙ୍କୁ ସଲମାନଙ୍କ ଫିଲ୍ମ' କଭି ଇଦ୍ କଭି ଦିୱାଲୀ 'ରେ ଦେଖିବା ପାଇଁ ମିଳିବ ।












Click it and Unblock the Notifications