ସଲମାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲି'ରୁ ଆଉଟ୍ ହେଲେ ଶେହନାଜ୍ ଗିଲ୍ !
Shehnaaz Gill-Salman Khan:ସଲମାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲି'ରୁ ଆଉଟ୍ ହେଲେ ଶେହନାଜ୍ ଗିଲ୍ !
ମୁମ୍ବାଇ:'ବିଗ୍ ବସ୍ ୧୩'ରୁ ସମସ୍ତଙ୍କ ପ୍ରିୟ ପାଲଟିଥିବା ଶେହନାଜ୍ ଗିଲ୍ କେବଳ ଦର୍ଶକଙ୍କ ହୃଦୟ ଜିତି ନଥିଲେ, ବରଂ ସେ ସୋ'ର ହୋଷ୍ଟ ସଲମାନ ଖାନଙ୍କ ପ୍ରିୟ ମଧ୍ୟ ହୋଇଥିଲେ । ସୋ'ରେ ସଲମାନ ତାଙ୍କୁ ଗାଳି ଦେଇଥାଇ ପାରନ୍ତି, କିନ୍ତୁ ସିଦ୍ଧାର୍ଥଙ୍କ ବିୟୋଗ ପରଠାରୁ ସଲମାନ ଖାନ ଶେହେନାଜଙ୍କ ଯତ୍ନ ନେବା ଆରମ୍ଭ କରିଛନ୍ତି । ଅନେକ ଥର ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି ।

କିଛି ମାସ ପୂର୍ବରୁ ଯେତେବେଳେ ଶେହେନାଜ 'ବିଗ୍ ବସ୍ ୧୫'ରେ ପହଞ୍ଚି ସିଦ୍ଧାର୍ଥଙ୍କୁ ମନେପକାଇ ଭାବୁକ ହୋଇ ପଡିଥିଲେ ସେତେବେଳେ ମଧ୍ୟ ଭାଇଜାନ ତାଙ୍କୁ ବୁଝାଇଥିଲେ । କେବଳ ଏତିକି ନୁହେଁ ଶେହେନାଜଙ୍କୁ ଭାଇଜାନଙ୍କ ଚଳଚ୍ଚିତ୍ର 'କଭି ଇଦ୍ କଭି ଦିୱାଲି'ରେ ମଧ୍ୟ ଦେଖିବା ପାଇଁ ମିଳିବ । ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି ।

କିନ୍ତୁ ନିକଟରେ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଶେହେନାଜ ଓ ସଲମାନ ଖାନଙ୍କ ମଧ୍ୟରେ କିଛି ମତଭେଦ ଦେଖାଦେଇଛି । ଯେଉଁଥି ପାଇଁ ତାଙ୍କୁ ସଲମାନଙ୍କ ଫିଲ୍ମରୁ କାଢି ଦିଆଯାଇଛି । ହେଲେ ଏହି ଖବର ଏକ ଗୁଜବ ମାତ୍ର ବୋଲି ମଧ୍ୟ ଶୁଣିବା ପାଇଁ ମିଳୁଛି । ଫିଲ୍ମ 'କଭି ଇଦ୍ କଭି ଦିୱାଲି'ରେ ଶେହେନାଜଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ । ସେ ଅଭିନେତା ରାଘବ ଜୁୟାଲ୍ଙ୍କ ସହ ନଜର ଆସିବେ । ସେହିପରି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ ଖାନ ଓ ଅଭିନେତ୍ରୀ ପୂଜା ହେଗଡେ । ତେବେ 'କଭି ଇଦ୍ କଭି ଦିୱାଲି' ଜରିଆରେ ଶେହେନାଜ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଯାହା ୨୦୨୩ରେ ଇଦରେ ରିଲିଜ୍ ହେବା ପାଇଁ ଯାଉଛି ।












Click it and Unblock the Notifications