ପୁଣି ଏକାଠି ନଜର ଆସିଲେ ଶେହନାଜ ଗିଲ୍-ଗୁରୁ ରନ୍ଧାୱା, ଡ୍ୟାନ୍ସରେ ଫ୍ୟାନ୍ସଙ୍କୁ କଲେ ମତୁଆଲା
ପୁଣି ଏକାଠି ନଜର ଆସିଲେ ଶେହନାଜ ଗିଲ୍-ଗୁରୁ ରନ୍ଧାୱା, ଡ୍ୟାନ୍ସରେ ଫ୍ୟାନ୍ସଙ୍କୁ କଲେ ମତୁଆଲା
ମୁମ୍ବାଇ: 'ବିଗ୍ ବସ' ଘରୁ ବାହାରିବା ପରେ ଅଭିନେତ୍ରୀ ଶେହନାଜ ଗିଲଙ୍କ ଲୋକପ୍ରିୟତା ବା କାହାଠୁ ଅଛପା । ସୋସିଆଲ ମିଡିଆରେ ଦିନକୁ ଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତାଙ୍କର ପ୍ରତିଟି ପୋଷ୍ଟ ଉପରେ ରହିଥାଏ ପ୍ରଶଂସକଙ୍କ ନଜର । ବର୍ତ୍ତମାନ ଯେ ଫିଲ୍ମଫେୟାରର ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ପାଇଁ ଦୁବାଇରେ ଯାଇ ପହଁଚିଛନ୍ତି । ଏହାରି ମଧ୍ୟରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ହେଲେ ଚର୍ଚ୍ଚାରେ ରହିଛି ଏକ ଖାସ୍ ଭିଡିଓ ।

ଗୁରୁ ରନ୍ଧାୱା ଏବଂ ଶେହେନାଜ ଗିଲଙ୍କ ଡ୍ୟାନ୍ସ
ଫିଲ୍ମଫେୟାରର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁବାଇରେ ପହଞ୍ଚିଥିବା ଚୁଲବୁଲି ଅଭିନେତ୍ରୀ ଶେହେନାଜଙ୍କର ଅନେକ ଭିଡିଓ ଭାଇରାଲ ହେଉଛି । ହେଲେ ତାଙ୍କର ଏକ ଖାସ ଭିଡିଓ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଯେଉଁଥିରେ ସେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ସହ ବିଳମ୍ବିତ ରାତିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଉଭୟଙ୍କୁ ନିକଟରେ ଏକାଠି ଦିପାବଳୀ ପାର୍ଟିରେ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଯେଉଁ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏହି ସୁନ୍ଦର ଯୋଡିକୁ ବେଶ୍ ପସନ୍ଦ କରିଥିଲେ ଲୋକେ । ବର୍ତ୍ତମାନ ପୁଣି ଥରେ ଗାୟକ ନିଜର ଆଉ ଏକ ଭିଡିଓ ପୋଷ୍ଟ କରି ଚହଳ ସୃଷ୍ଟି କରିଛନ୍ତି ।
ଗୁରୁ ରନ୍ଧାୱା ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଶେହେନାଜ ଏକ ଗ୍ରୀନ ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି ଗାୟକ ଗୁରୁ ରନ୍ଧାୱା କଳା ଟି-ସାର୍ଟ ଏବଂ ଟ୍ରାଉଜରରେ ଦେଖିବା ପାଇଁ ମିଳୁଛନ୍ତି । ଭିଡିଓରେ ପଞ୍ଜାବୀ ଗାୟକ ନିଜ ଗୀତ 'ମୁନ୍ ଲାଇଟ' ରେ ଶେହେନାଜଙ୍କ ସହ ଡ୍ୟାନ୍ସ କରୁଛନ୍ତି । ପଞ୍ଜାବୀ ଗାୟକ ଏହି ଭିଡିଓ ପୋଷ୍ଟ କରିବା ପରେ ଏହି ଯୋଡିକୁ ଏକାଠି ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢିଯାଇଛି । ଭିଡିଓଟି ଭାଇରାଲ ହେବା ସହ ଫ୍ୟାନ୍ସଙ୍କ ମନ ଜିଣୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications