Get Updates
Get notified of breaking news, exclusive insights, and must-see stories!

ଶେହେନାଜ ଗିଲ୍ ଗାଇଲେ ଶାହାରୁଖ ଖାନଙ୍କ ଫିଲ୍ମର ଗୀତ

ଶେହେନାଜ ଗିଲ୍ ଗାଇଲେ ଶାହାରୁଖ ଖାନଙ୍କ ଫିଲ୍ମର ଗୀତ ,

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଶୋ 'ବିଗ୍ ବସ୍ ୧୩'ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶେହେନାଜ ଗିଲ ପ୍ରାୟତଃ ପ୍ରତିଦିନ ଚର୍ଚ୍ଚାରେ ରହିଥାନ୍ତି । ସୋଶାଲ ମିଡିଆରେ ଖୁବ ସମୟ ବିତାଉଥିବା ଶେହେନାଜ ନିଜର ଭିଡିଓ ଏବଂ ଫଟୋ ପାଇଁ ହେଡଲାଇନରେ ରହିଥାନ୍ତି । ଗତକିଛି ଦିନ ହେଲା ସେ ଗୀତ ଗାଉଥିବାର ଭିଡିଓ ପୋଷ୍ଟ କରୁଛନ୍ତି ।

Shehnaaz Gill
ଆଜି ଶେହେନାଜ ଗିଲ ନିଜର ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ 'କିସି କା ଭାଇ କିସି କି ଜାନ' ଅଭିନେତ୍ରୀ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ 'ରବ ନୈ ବନାଦି ଯୋଡି'ର ଗୀତ ଗାଉଥିବାର ନଜର ଆସୁଛନ୍ତି ।


ଶେହେନାଜ ଗିଲ ଶାହାରୁଖଙ୍କ ଏହି ଗୀତକୁ ରିକ୍ରିଏଟ କରିଛନ୍ତି
ରବିବାର ଦିନ ଶେହେନାଜ ଗିଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ 2008 ମସିହାରେ ଶାହାରୁଖ ଖାନ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫିଲ୍ମ 'ରବ ନୈ ବନାଦି ଯୋଡି'ର ଟାଇଟଲ ଟ୍ରାକ ଗାଇଥିବାର ନଜର ଆସୁଛନ୍ତି । ସୋଶାଲ ମିଡିଆରେ ଅଭିନେତ୍ରୀଙ୍କର ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।

ଏହି ଚଳଚ୍ଚିତ୍ରଗୁଡ଼ିକରେ ଶାହନାଜଙ୍କୁ ଦେଖିବାକୁ ମିଳିବ
ଅନ୍ୟପକ୍ଷରେ, ଶେହେନାଜଙ୍କୁ ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ । ଏହା ବ୍ୟତୀତ ସେ ଫିଲ୍ମ '100%' ରେ ଅଭିନେତା ଜନ୍ ଆବ୍ରାହମ ଏବଂ ରିତେଶ ଦେଶମୁଖଙ୍କ ସହ ନଜର ଆସିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+