Get Updates
Get notified of breaking news, exclusive insights, and must-see stories!

୨୦୨୩ ଦିପାବଳୀରେ ଶେହନାଜଙ୍କ କମାଲ୍, ରିଲିଜ୍ ହେଲା 100%ର ଟିଜର୍

Shehnaaz Gill Announces Her Another Film On Diwali 2023୨୦୨୩ ଦିପାବଳୀରେ ଶେହାନଜଙ୍କ କମାଲ୍, ରିଲିଜ୍ ହେଲା 100%ର ଟିଜର୍

ମୁମ୍ବାଇ: ପଞ୍ଜାବର କ୍ୟାଟ୍ରିନା କୈଫ ଶେହନାଜ ଗିଲ୍‌। ବିଗ୍ ବସ ଜରିଆରେ ସେ ବଲିଉଡରେ ପାଦ ଦେଇଥିଲେ । ତେବେ ସଲମାନ ଖାନଙ୍କ ସହ ନୁହେଁ ବରଂ ଜନ୍‌ ଅବ୍ରାହମଙ୍କ ସହ ଶେହନାଜ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଯାହାର ସୂଚନା ନିଜେ ଶେହେନାଜ୍ ହିଁ ସୋସିଆଲ ମିଡିଆରେ ଦେଇଛନ୍ତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହି ଅପଡେଟ୍ ଦେଇଛନ୍ତି ଅଭିନେତ୍ରୀ । ଫିଲ୍ମର '100%'ଟିଜର ଶେହେନାଜ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଟିଜର ଶେଆର କରି ସେ ଲେଖିଛନ୍ତି ୨୦% କମେଡି, ୨୦% ରୋମାନ୍ସ, ୨୦% ମ୍ୟୁଜିକ, ୨୦% କନ୍‌ଫ୍ୟୁଜନ, ୨୦% ଆକ୍ସନକୁ ମିଶାଇ ଆମେ ପୂରା ୧୦୦% । ଏହି ଟିଜର ରିଲିଜ୍ ହେବା ପରେ ଫ୍ୟାନ୍ସଙ୍କ କନ୍‌ଫ୍ୟୁଜନ ମଧ୍ୟ ଦୁର ହୋଇଛି । ୨୦୨୩ ଦିପାବଳୀ ରେ ଏହି ଫିଲ୍ମଟି ବଡପରଦାରେ ରିଲିଜ୍ ହେବାଯାଉଛି ।

a

ଫିଲ୍ମର '100%'ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ୍ ଓ ଜବରଦସ୍ତ କନଫ୍ୟୁଜନର ଦେଖିବା ପାଇଁ ମିଳିବ । ଏହି ଫିଲ୍ମରେ ଶେହନାଜଙ୍କ ବ୍ୟତୀତ ଜନ୍‌ ଅବ୍ରାହମ, ନୋରା ଫତେହି ଓ ରିତେଶ ଦେଶମୁଖ ଲିଡ୍‌ ରୋଲରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଳାଉଛନ୍ତି ସାଜିଦ ଖାନ୍‌ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ମଧ୍ୟ ଶେହେନାଜଙ୍କୁ ଶେଭେଚ୍ଛା ଜଣାଉଛନ୍ତି । ନିଜ ପ୍ରତିଟି ଅନ୍ଦାଜରେ ଦର୍ଶକଙ୍କୁ ଇମପ୍ରେସ୍ କରୁଥିବା ଶେହନାଜ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳିରେ ସିଲଭର ସ୍କ୍ରିନରେ ଦେଖିବା ପାଇଁ ମିଳିବ ଶେହେନାଜଙ୍କ ଜଲୱା । ସେହିପରି ଖୁବ ଶିଘ୍ର ସଲମାନଙ୍କ ଫିଲ୍ମ ଭାଇଜାନରେ ମଧ୍ୟ ଶେହନାଜଙ୍କୁ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+