ରିଲିଜ୍ ହେଲା 'ଦିଲ୍ଲୀ କ୍ରାଇମ୍ ସିଜନ -୨', ତୁଳନା କରନ୍ତୁ ନାହିଁ ସମାନ ସୁଯୋଗ ଦିଅନ୍ତୁ: ଶେଫାଲୀ ଶାହା

Shefali Shah Delhi Crime Season 2:ରିଲିଜ୍ ହେଲା 'ଦିଲ୍ଲୀ କ୍ରାଇମ୍ ସିଜନ -୨', ତୁଳନା କରନ୍ତୁ ନାହିଁ ସମାନ ସୁଯୋଗ ଦିଅନ୍ତୁ: ଶେଫାଲୀ ଶାହା

ଭୁବନେଶ୍ୱର: ନେଟଫ୍ଲିକ୍ସରେରେ ରିଲିଜ୍ ହେଲା 'ଦିଲ୍ଲୀ କ୍ରାଇମ୍ ସିଜନ -୨' । ୨୦୧୯ରେ ନେଟଫ୍ଲିକ୍ସରେ ଆସିଥିବା ସିରିଜ୍ 'ଦିଲ୍ଲୀ କ୍ରାଇମ୍'କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ସିରିଜର କାହଣୀ ,କଳାକାରଙ୍କ ଅଭିନୟ ସବୁ କିଛି ବେଶ୍ ଚର୍ଚ୍ଚାରେ ରହିଥିଲା । ଯାହା ପରେ ଏହି ସିରିଜର ଦ୍ୱିତୀୟ ପାର୍ଟକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଆଜି ଅର୍ଥାତ୍ ଅଗଷ୍ଟ ୨୬ରେ 'ଦିଲ୍ଲୀ କ୍ରାଇମ ସିଜନ -୨' ନେଟଫ୍ଲିକ୍ସରେ ରିଲିଜ୍ ହୋଇସାରିଛି । ଯେଉଁଥିରେ ପୁଣି ଅଭିନେତ୍ରୀ ଶେଫାଲୀ ଶାହା ଡିସିପି ଭୂମିକାରେ ନଜର ଆସୁଛନ୍ତି । ଯିଏ ଦିଲ୍ଲୀରେ ଘଟୁଥିବା ଅପରାଧ ଉପରେ କଟକଣା କରୁଥିବାର ନଜର ଆସୁଛନ୍ତି ।

SEFALI

'ଦିଲ୍ଲୀ କ୍ରାଇମ ସିଜନ ୨' ରିଲିଜ ପୂର୍ବରୁ ଅଭିନେତ୍ରୀ ଶେଫାଲୀ ଶାହା ହିନ୍ଦୁସ୍ତାନ ଟାଇମ୍ସ ସହିତ ଏକ ସାକ୍ଷାତକାର କହିଛନ୍ତି ଯେ ସଜନ୍ ୨ ସମ୍ପୁର୍ଣ୍ଣ ଭିନ୍ନ । ଏଠି ଅପରାଧ, ଅପରାଧୀ ଏବଂ ପ୍ରମାଣ ନୁହେଁ ବରଂ ଆନ୍ତରିକତା, ଯାହା ଖୁବ ଆଶ୍ଚର୍ଯ୍ୟଜନକ । ପ୍ରଥମ ସିଜିନ୍‌ରେ କାହଣୀକୁ ଖୁବ୍ ସିମ୍ପଲ୍ ଢଙ୍ଗରେ ଦେଖାଯାଇଥିଲା । ହେଲେ ସିଜନ ୨ରେ କାହଣୀରେ ଅନେକ ଟ୍ୱିଷ୍ଟ ରହିଛି । ଏଠି ଅପରଧିକୁ ଧରିବା କ୍ରାଇମ୍ କୁ ବିଝିବା ଏତେ ସହଜ ନୁହେଁ । ଏହି ସିରିଜର ପ୍ରଥମ ସିଜିନ ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା କାଣ୍ତା ଉପରେ ଆଧାରିତ ଥିଲା ।


ଏହି 'ଦିଲ୍ଲୀ କ୍ରାଇମ ସିଜନ ୨'କୁ ପ୍ରଥମ ଭାଗ ସହ ତୁଳନା କରନ୍ତୁ ନାହିଁ । ଏଥିଲେ ସବୁକିଛି ଖୁବ ଭିନ୍ନ ରହିଛି । ତେବେ 'ଦିଲ୍ଲୀ କ୍ରାଇମ ସିଜନ ୨' ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ସେଫାଲି । ତେବେ ପ୍ରଥମ ସିଜନରେ ଦିଲ୍ଲୀର ନିର୍ଭୟା ଘଟଣାର କାହାଣୀ ଦେଖିାବା ପାଇଁ ମିଳିଥିଲା । ସିଜିନ୍‌-୨ରେ ବୃଦ୍ଧଙ୍କ ହତ୍ୟା କାହାଣୀ ଦେଖିବା ପାଇଁ ମିଳିବ । ତେବେ ଦେଖିବା ବାକି ରହିଲା ଏହି ସିଜନ୍ ୨କୁ ଦର୍ଶକ କେତେ ଭଲ ପାଇବା ମିଳୁଛିି । ଏହି ସିଜିନ୍‌-୨ର ଟ୍ରେଲରକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ତେବେ ଏଥର ଶେଫାଲୀଙ୍କ ଅଭିନୟ ଦର୍ଶକଙ୍କୁ ଇମପ୍ରେସ୍ କରିପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା । ପ୍ରଥମ ସିଜିନରେ ତାଙ୍କ ଭୂମିକା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+