ତୁନିଶା ଶର୍ମାଙ୍କ ମା'ଙ୍କ ଅଭିଯୋଗକୁ ଭିତ୍ତିହିନ କହିଲେ ଶିଜାନଙ୍କ ପରିବାର
ତୁନିଶା ଶର୍ମାଙ୍କ ମା'ଙ୍କ ଅଭିଯୋଗକୁ ଭିତ୍ତିହିନ କହିଲେ ଶିଜାନଙ୍କ ପରିବାର
ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜାନୁଆରୀ ୨ ସୋମବାର ଦିନ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଶିଜାନ ମହମ୍ମଦ ଖାନଙ୍କ ପରିବାର ତଥା ଓକିଲଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମୟ ମଧ୍ୟରେ ଶିଜାନ ଖାନଙ୍କ ଭଉଣୀ ତଥା ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଫଲକ ନାଜ ଏବଂ ଶାଫକ ଅନେକ ଖୁଲାସା କରିଛନ୍ତି। ଏହା ସହିତ ଫଲକ ତୁନିଶା ଶର୍ମାଙ୍କ ମାଆଙ୍କର ଅଭିଯୋଗକୁ ଭିତ୍ତିହିନ୍ ବୋଲି କହିଛନ୍ତି ।
Tunisha Sharma death case | The picture of Tunisha in hijab being circulated is from the set of the show which was part of the shoot. It can be seen. We never made her wear hijab, it was from the channel: Sheezan's sister & Co-actor Shafaq Naaz pic.twitter.com/mDmBH55d4N
— ANI (@ANI) January 2, 2023
ଶିଜାନ ଖାନଙ୍କ ପରିବାର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫଲକ ନାଜ କହିଛନ୍ତି ଯେ, ତୁନିଶା ଶର୍ମାଙ୍କ ମା' ଭନିତା ଶର୍ମା ଆମ ପରିବାର ଏବଂ ମୋ ଭାଇ ଶିଜାନ ଖାନଙ୍କ ଉପରେ କରିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ହିଜାବ ପିନ୍ଧିବା ଏବଂ ଉର୍ଦ୍ଦୁ ଶିକ୍ଷା ପାଇଁ ସେମାନେ ଆମ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ସିଜାନଙ୍କ ଭଉଣୀ କହିଛନ୍ତି ଯେ, ଧର୍ମ ହେଉଛି ବ୍ୟକ୍ତିଗତ ବିଶ୍ୱାସର ବିଷୟ । ଯାହା ଆମେ ଚିହିଁଲେ ମଧ୍ୟ କାହାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଇ ପାରିବୁ ନାହିଁ । ମୁଁ ତୁନିଶାଙ୍କୁ ମୋର ସାନ ଭଉଣୀ ପରି ଭାବେ । ଆମେ ତାଙ୍କ ସହିତ କୌଣସି କାମ କରିବାକୁ ବାଧ୍ୟ କରାଇ ପାରିବୁ ନାହିଁ । ସେ ଆମ ପାଇଁ ପରିବାର ସଦସ୍ୟ ପରି ଥିଲେ । ମୋ ଭାଇ ଶିଜାନ ନିର୍ଦ୍ଦୋଷ । ଏହା ସହିତ ଫାଲକ ନାଜ କହିଛନ୍ତି ଯେ ତାଙ୍କ ଭାଇଙ୍କର କୌଣସି ଗୁପ୍ତ ଗର୍ଲଫ୍ରେଣ୍ଡ ନାହିଁ, ସେ ଝିଅକୁ କେବଳ
ବୟାନ ରେକର୍ଡ କରିବା ପାଇଁ ଡକାଯାଇଥିଲା ।

ହିଜାବ ପିନ୍ଧି ଶିଜାନ ଖାନଙ୍କ ସହ ପୂଜା କରୁଥିବା ନଜର ଆସୁଛନ୍ତି । ହିଜାବ ବିଷୟରେ ତୁନିଶା ଶର୍ମାଙ୍କ ମା'ଙ୍କ ବିବୃତ୍ତି ପରେ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହି ପ୍ରସଙ୍ଗରେ, ଶିଜାନ ଖାନଙ୍କ ଦ୍ୱିତୀୟ ଭଉଣୀ Shafaq Naaz କହିଛନ୍ତି - ଏହି ଫଟୋ 'Ali Baba-Dastaan E Kabul' ଟିଭି ସିରିଏଲର ସୁଟିଂ ସମୟର ।












Click it and Unblock the Notifications