Get Updates
Get notified of breaking news, exclusive insights, and must-see stories!

Alia Bhatt: ପିଲାଦିନରେ ଖେଳନା କିଣିବା ପାଇଁ ନଥିଲା ଟଙ୍କା, ଆଜି ଏତିକି କୋଟିର ମାଲିକ ଅଟନ୍ତି ଏହି ଅଭିନେତ୍ରୀ

Alia Bhatt: ନିଜ ଅଭିନୟ ଜରିଆରେ ସେ ଦର୍ଶକଙ୍କ ମନ ଜିଣିବାର କୌଣସି ମୌକା ହାତ ଛଡା କରନ୍ତି ନାହିଁ । ସେ ବଲିଉଡର ଜଣେ ଆଗ ଧାଡିର କଳାକାରଙ୍କ ମଧ୍ୟରୁ ଜଣେ । ଏପର୍ଯ୍ୟନ୍ତ ଅନେକ ସୁପର-ଡୁପର ହିଟ୍ ଫିଲ୍ମ ସେ ହିନ୍ଦୀ ସିନେମା ଇଣ୍ତଷ୍ଟ୍ରିକୁ ଦେଇ ସାରିଛନ୍ତି । ଏପରିକି ସେ ଜାତୀୟ ପୁରସ୍କାର ସମେତ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି । ଆଜିକା ତାରିଖରେ ସେ କୋଟି କୋଟି ଟଙ୍କାର ମାଲିକ, ହେଲେ ପିଲା ଦିନରେ ତାଙ୍କ ପାଖରେ ନଥିଲା ଖେଳନା ଟିଏ କିଣିବା ପାଇଁ ଟଙ୍କା ।

ଆମେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିଷୟରେ ଆଲୋଚନା କରୁଛୁ । ଆଲିଆ ଆଜି ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ, କିନ୍ତୁ ଅଭିନେତ୍ରୀଙ୍କ ପିଲାଦିନ ବହୁତ ଦାରିଦ୍ର୍ୟତା ମଧ୍ୟରେ ବିତିଛି । ଅଭିନେତ୍ରୀଙ୍କ ମା ତଥା ଭେଟେରାନ ଅଭିନେତ୍ରୀ ସୋନି ରଜଦାନ ନିଜେ ଏହା ପ୍ରକାଶ କରିଛନ୍ତି। ବାସ୍ତବରେ, ନୋଡ୍ ମ୍ୟାଗ୍ ପାଇଁ ଆଲିଆଙ୍କ ସହ ଉକ୍ତ ସମୟ ବିଷୟରେ ଆଲୋଚନା କରିଥିଲେ ।
ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ସବୁବେଳେ କାମରେ ବ୍ୟସ୍ତ ଥିଲେ । ସେତେବେଳେ ମୁଁ ଏକାକୀ ପିତାମାତାର ଭୂମିକା ନିଭାଉଥିଲି । ମହେଶ ଦିନକୁ ତିନିଟି ଚଳଚ୍ଚିତ୍ର ସୁଟିଂ କରୁଥିଲେ ।

Alia Bhatt

ସୋନି ଆହୁରି କହିଥିଲେ, "ସେହି ସମୟରେ ଆମେ ଏକ ଛୋଟ ଫ୍ଲାଟରେ ରହୁଥିଲୁ। ଆମ ଅଧିକ ଟଙ୍କା ନଥିଲା, ରୋଜଗାର କରିବାକୁ ସଂଘର୍ଷ କରୁଥିଲୁ । ଆମର ସ୍ମାର୍ଟଫୋନ୍ ନଥିଲା ଏପରିକି ଆଲିଆଙ୍କର ଏକ ଖେଳ ଘର ମଧ୍ୟ ନଥିଲା । କିନ୍ତୁ ସେତେବେଳେ ଜୀବନ ସରଳ ଥିଲା । ଆଲିଆଙ୍କ ପିଲାଦିନ ହୁଏତ ଦାରିଦ୍ର୍ୟରେ ଅତିବାହିତ ହୋଇଥାଇପାରେ କିନ୍ତୁ ଆଜି ଏହି ଅଭିନେତ୍ରୀ 550 କୋଟି ଟଙ୍କାର ମାଲିକ ଅଟନ୍ତି । 12 ବର୍ଷର କ୍ୟାରିଅରରେ ଆଲିଆ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି ଏବଂ ସେ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।

ଅଭିନେତ୍ରୀ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ 15 ରୁ 20 କୋଟି ଟଙ୍କା ଡିମାଣ୍ତ କରନ୍ତି । ଏବଂ ବିଜ୍ଞାପନ ପାଇଁ 1 ରୁ 2 କୋଟି ଟଙ୍କା ଆଦାୟ କରନ୍ତି । ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଆଲିଆ ବହୁତ ଭଲ ରୋଜଗାର କକନ୍ତି । ଏପରିକି ତାଙ୍କର ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+