ମୁସଲିମ୍ ଅଭିନେତାଙ୍କୁ ବିବାହ କରିବା ପରେ ଟ୍ରୋଲ ହେଉଛନ୍ତି ସୋନାକ୍ଷୀ ସିହ୍ନା, ପିତା କହିଲେ ଏପରି କଥା...
Shatrughan Sinha On Sonakshi Sinha Wedding: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହ ଜୁନ୍ ୨୩ରେ ଶେଷ ହୋଇଛି । ହେଲେ ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ବିବାହକୁ ନେଇ ବିବାଦ ଲାଗିରହିଥିବା କୁହାଯାଉଥିଲା । ହେଲେ ୭ ବର୍ଷର ରିଲେସନସିପ୍ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜହିର ଏବଂ ସୋନାକ୍ଷୀ ଶେଷରେ ବିବାହ କରି ସେମାନଙ୍କ ପ୍ରେମ ସମ୍ପର୍କକୁ ଏକ ନାଁ ଦେଇଛନ୍ତି ।
ସୋନାକ୍ଷୀ ମୁସଲିମ ଅଭିନେତା ଜହିର ଇକବାଲଙ୍କୁ ବିବାହ କରିଥିବାରୁ ଟ୍ରୋଲର ଶିକାର ହୋଇଛନ୍ତି । ତାଙ୍କୁ ଲଗାତାର ଟ୍ରୋଲ କରାଯାଉଛି । ଲୋକମାନେ ଏହି ବିବାହକୁ ବିରୋଧ କରୁଛନ୍ତି ଏବଂ ସମାଲୋଚନା କରୁଛନ୍ତି । ଏହାରି ମଧ୍ୟ ନିଜ ଝିଅ ସପୋର୍ଟରେ ବାହାରିଛନ୍ତି ସୋନାକ୍ଷୀଙ୍କ ପିତା ତଥା ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା । ଏହି ବିବାହକୁ ଲବ୍ ଜିହାଦର ନାଁ ଦେଉଥିବା ଟ୍ରୋଲର୍ସଙ୍କୁ ଅଭିନେତା ଦେଇଛନ୍ତି କଡ଼ା ଜବାବ ।

ଯେଉଁମାନେ ତାଙ୍କ ଝିଅ ବିବାହକୁ ବିରୋଧ କରିଥିଲେ ଏବଂ ଖରାପ ମନ୍ତବ୍ୟ ଦେଉଥିଲେ ସେମାନଙ୍କୁ ଶତ୍ରୁଘ୍ନ ସିହ୍ନା ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ପରେ ଅଭିନେତା ଟାଇମ୍ସ ନ୍ୟୁକୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ଅଭିନେତା କହିଛନ୍ତି ଯେ, ଆନନ୍ଦ ବକ୍ସି ସାହେବ ଏଭଳି ବୃତ୍ତିଗତ ବିରୋଧକାରୀଙ୍କ ବିଷୟରେ ଲେଖିଛନ୍ତି, 'କୁଛ ତୋ ଲୋଗ କହେଙ୍ଗେ' ଲୋକଙ୍କର କାମ ହେଉଛି କହିବା । ସେ ଆହୁରି କହିଛନ୍ତି ମୋ'ଝିଅ କିଛି ବେଆଇନ କିମ୍ବା ଅସାମ୍ବିଧାନିକ କାର୍ଯ୍ୟ କରି ନାହିଁ ।
ଆହୁରି ମଧ୍ୟ ଅଭିନେତା କହିଛନ୍ତି, ଦୁଇ ଜଣଙ୍କ ମଧ୍ୟରେ ବିବାହ ଏକ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ହସ୍ତକ୍ଷେପ କିମ୍ବା ମନ୍ତବ୍ୟ ଦେବାର ଅଧିକାର କାହାରି ନାହିଁ । ଯେଉଁମାନେ ଏହି ବିବାହକୁ ବିରୋଧ କରୁଛନ୍ତି ମୁଁ ସେମାନଙ୍କୁ କହୁଛି ନିଜ ଜୀବନରେ ଖୁସିରେ ରୁହନ୍ତୁ । ସୋନାକ୍ଷୀ ସିହ୍ନାଙ୍କ ବିବାହକୁ 'ହିନ୍ଦୁ ଶିବ ଭବାନୀ ସେନା' ସୋନାକ୍ଷୀ ଏବଂ ତାଙ୍କ ପିତାଙ୍କ ବିରୋଧରେ ପୋଷ୍ଟର ଲଗାଇ ଏହାର ପ୍ରତିବାଦ କରିଥିଲେ। ପୋଷ୍ଟରରେ ଲେଖାଥିଲା ଯେ ଏହି ବିବାହ 'ଲଭ୍ ଜିହାଦ୍' ପାଇଁ ଉତ୍ସାହ ଏବଂ ଏହା ଏକ ଷଡଯନ୍ତ୍ର।
ସୋନାକ୍ଷୀ ଏବଂ ଜହିର 23 ଜୁନ୍ ରେ କୋର୍ଟରେ ବିବାହ କରିଥିଲେ। ଏହା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ ଏବଂ ନିଜ ସାତ ବର୍ଷ ଅପେକ୍ଷା ବିଷୟରେ କହିଥିଲେ ।












Click it and Unblock the Notifications