Get Updates
Get notified of breaking news, exclusive insights, and must-see stories!

କିଙ୍ଗ୍ ଖାନଙ୍କ ଜନ୍ମଦିନ ପାଇଁ ସଜାଗଲା ମନ୍ନତ

Sharukh Khan Birth Day: ଏହି ସପ୍ତାହ ବଲିଉଡ କିଙ୍ଗ ଖାନ ଶାହାରୁଖଙ୍କର ଜନ୍ମଦିନ । ଦୀପାବଳି ସହ ଅଭିନେତା ତାଙ୍କର 59 ତମ ଜନ୍ମଦିନ ମଧ୍ୟ ପାଳନ କରିବେ । ସେଥିପାଇଁ ଏଥର ମନତରେ ହେବ ଡବଲ୍ ସେଲିବ୍ରେସନ୍ । ତେବେ ଏଥର କିପରି ଖାନ ପରିବାର ପାଳନ କରିବେ ତାହା ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।

Sharukh Khan

ANI'ରେ ଏକ ନୂତନ ଭିଡିଓରେ ଅପଲୋଡ୍ କରାଯାଇଛି । ଯେଉଁଥିରେ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ମନ୍ନତ ବେଶ୍ ସୁନ୍ଦର ଭାବେ ସଜା ଯାଇଥିବାର ଦେଖିବା ପାଇଁ ମିଳିଛୁ । କିଙ୍ଗ୍ ଖାନଙ୍କ ଘର ମନ୍ନତ ଆଲୋକରେ ସଜାଯାଇଛି । ଏହା ଦେଖି ପ୍ରଶଂସକମାନଙ୍କ ଉତ୍ସାହ ମଧ୍ୟ ଖୁବ୍ ଅଧିକ ବୃଦ୍ଧି ପାଇଛି । ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରଶଂସକମାନେ ଶାହାରୁଖ ଖାନଙ୍କ ବଙ୍ଗଳା ବାହାରେ ଏକତ୍ରିତ ହୋଇ ତାଙ୍କ ପ୍ରିୟ ଷ୍ଟାରଙ୍କ ଜନ୍ମଦିନ ପାଳନ କରିଥାନ୍ତି। କିଙ୍ଗ ଖାନ ମଧ୍ୟ ତାଙ୍କ ବାଲକୋନୀକୁ ଆସି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥାନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଗୌରୀ ଖାନ ତାଙ୍କ ସ୍ୱାମୀ ତଥା ଅଭିନେତା ଶାହାରୁଖ ଖାନଙ୍କ 59 ତମ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଏହି ପାର୍ଟୀ ପାଇଁ 250 ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କିଙ୍ଗ ଖାନଙ୍କ ଜନ୍ମଦିନ ପାଇଁ ନିମନ୍ତ୍ରିତ ହୋଇଥିବା ତାରକାମାନଙ୍କ ମଧ୍ୟରେ କରୀନା କପୁର ଖାନ, କରିସ୍ମା କପୁର, ସୈଫ ଅଲି ଖାନ, ରଣଭୀର ସିଂ, ଫରାହ ଖାନ, ଜୋୟା ଅଖତର, ଅଟଲେ, ଅନନ୍ୟା ପାଣ୍ଡେ, କରଣ ଜୋହର, ଶାନୟା କପୁର, ନୀଲମ , ଶାଲିନି ପାସିଙ୍କ ସମେତ ଅନେକ ସେଲିବ୍ରିଟି ମାନେ ସାମିଲ ଅଛନ୍ତି।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶାହାରୁଖ ଖାନ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଚଳଚ୍ଚିତ୍ର କିଙ୍ଗ ବିଷୟରେ ଏକ ବଡ଼ ଘୋଷଣା କରିପାରନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ତେବେ ପ୍ରଥମ ଥର ଝିଅ ସୁହାନା ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟା କରିବା ପାଇଁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+