ରୋମାଞ୍ଚ ରହିବ ଏଥରର 'ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ', ଏହି ତାରିଖରେ ହେବ ଆରମ୍ଭ

ରୋମାଞ୍ଚ ରହିବ ଏଥରର 'ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ', ଏହି ତାରିଖରେ ହେବ ଆରମ୍ଭ

ମୁମ୍ବାଇ: ବିଜନେସ ରିଆଲିଟି ଶୋ 'ଶାର୍କ ଟ୍ୟାଙ୍କ ଇଣ୍ଡିଆ'ର ପ୍ରଥମ ସିଜିନ ଏକ ସୁପର ହିଟ୍ ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ଏହାର ଦ୍ୱିତୀୟ ସିଜିନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦେଶର ପ୍ରତ୍ୟକ ନାଗରିକ । ଏହି ଶୋ' ଖୁବ୍ ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବ । ଏହାର ତାରିଖ ଏବଂ ସମୟ ଘୋଷଣା କରାଯାଇଛି । ଏହା ସହିତ ଏହାର ନୂଆ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି । ତେଣୁ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ଶୋ'କୁ ନେଇ ପ୍ରତିଟି ଅପଡେଟ୍ ବିଷୟରେ ।

Shark Tank India Season 2 Promo
ସୋନି ଲିଭ୍ ଏବଂ ସାର୍କ ଟ୍ୟାଙ୍କ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 'ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ ୨'ର ପ୍ରୋମୋ ରିଲିଜ୍ କରାଯାଇଛି । ଦ୍ୱିତୀୟ ସିଜନ୍ ସୋନି ଟିଭିରେ ୨ ଜାନୁୟାରୀ ୨୦୨୩ ରୁ ରାତି ୧୦ ଟା ସମୟରେ ପ୍ରସାରିତ ହେବ । ସେହିପରି ଏହା OTT ପ୍ଲାଟଫର୍ମ ସୋନି ଲିଭରେ ମଧ୍ୟ ଦେଖିବାର ସୁଯୋଗ ପାଇବେ ଦର୍ଶକ । ନୂତନ ପ୍ରମୋରେ ବ୍ୟବସାୟର ପ୍ରକୃତ ମୂଲ୍ୟ କଣ ବୁଝାଯାଇଛି । ପ୍ରୋମୋରେ ଜଣେ ଯୁବକ ଇଞ୍ଜିନିୟରିଂ ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ଚେୟାରରେ ବସି ଫୋନ୍ ବ୍ୟବହାର କରୁଥିବା ମା'ତାକୁ ଗାଳି କରୁଥିବାର ଦେଖିବା ପାଇଁ ମିଳୁଛି । ଏହା ଶୁଣି ବଗିଚାରେ କାମ କରୁଥିବା ବ୍ୟକ୍ତି ତାଙ୍କୁ ପରୋକ୍ଷ ଭାବରେ ବ୍ୟବସାୟର ମୂଲ୍ୟ ବୁଝାଉଛନ୍ତି । ଏବଂ ଚାକିରୀ କରିବା ପାଇଁ କହୁଛନ୍ତି ।


ଏହି ଶୋ' ମାଧ୍ୟମରେ ଉଦ୍ୟୋଗୀମାନେ ନୂତନ ଚିନ୍ତାଧାରା ସହିତ ସେମାନଙ୍କର ବ୍ୟବସାୟ ବଢାଇବା ପାଇଁ ପୁଞ୍ଜି ବିନିଯୋଗ କରନ୍ତି । ବୋଟ୍'ର ସହ-ପ୍ରତିଷ୍ଠାତା ଅମନ ଗୁପ୍ତା, ଲେନ୍ସକାର୍ଟ ସହ-ପ୍ରତିଷ୍ଠାତା ପୀୟୁଷ ବନସାଲ, ସୁଗାର ସହ-ପ୍ରତିଷ୍ଠାତା ବିନିତା ସିଂ, ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ସିଇଓ ନମିତା ଥାପ, ଶାଦି ଡଟ୍ କମ୍ ମାଲିକ ଅନୁପମ ମିତ୍ତଲ ଏବଂ କାରଦେଖୋ ପ୍ରତିଷ୍ଠାତା ଅମିତ ଜେନ୍ ଏଥର ଶୋ'ରେ ନଜର ଆସିବେ । ଖାସ କଥା ହେଲେ ଯେ ଏଥର ପ୍ରସିଦ୍ଧ ଶାର୍କ ଅସନିର୍ ଗ୍ରୋବରଙ୍କୁ ଦେଖିବା ପାଇଁ ମିଳିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+