ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ
ଫସିଲେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ମାମଲାରେ ସିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।
ବେଙ୍ଗାଲୁରୁ: ବଲିଉଡରେ ପୁଣି ସାମନାକୁ ଆସିଲା ଡ୍ରଗ୍ସ ମାମଲା । ପୂର୍ବରୁ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାରେ ସାମିଲ ହୋଇଯାଇଛି ଆଉ ଏକ ନାଁ। ଏଥର ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ମାମଲାରେ ସିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।

ରବିବାର ରାତିରେ ବେଙ୍ଗାଲୁରୁ ପୋଲିସ ଏମଜି ରୋଡ ସ୍ଥିତ ଫାଇଭ ଷ୍ଟାର ହୋଟେଲରେ ଚଢାଉ କରିଥିଲା । ହୋଟେଲରେ ଚାଲିଥିଲା ଡ୍ରଗ୍ସ ପାର୍ଟି । ପାର୍ଟିରେ ପାଖାପାଖି 35 ଜଣ ସାମିଲ ଥିଲେ । ସମସ୍ତଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସିଦ୍ଧାନ୍ତ କପୁରଙ୍କ ସମେତ 5ଜଣ ରିପୋର୍ଟ ପଜିଟିଭ୍ ଆସିଥିଲେ।ବର୍ତ୍ତମାନ ସମସ୍ତଙ୍କୁ ଅଟକ ରଖିଛି ବେଙ୍ଗାଲୁରୁ ପୋଲିସ । ସେପଟେ ସିଦ୍ଧାନ୍ତଙ୍କ ଡ୍ରଗ୍ସ ସେବନ ବିଷୟରେ କୌଣସି ଧାରଣା ନଥିବା କହିଛନ୍ତି ଶକ୍ତି କପୁର ।












Click it and Unblock the Notifications