ଶମଶେରାର ପ୍ରଥମ ରୋମାଣ୍ଟିକ୍ ଗୀତ 'ଫିତୁର' ରିଲିଜ
ମୁକ୍ତିଲାଭ କଲା ୟଶ ରାଜ ଫିଲ୍ମ 'ଶମଶେରା'ର ପ୍ରଥମ ରୋମାଣ୍ଟିକ ଗୀତ 'ଫିତୁର'। ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଣ୍ଡର ୱାଟର ରୋମାନ୍ସ ଦେଖିବାକୁ ମିଳୁଛି।
ମୁମ୍ବାଇ: ମୁକ୍ତିଲାଭ କଲା ୟଶ ରାଜ ଫିଲ୍ମ 'ଶମଶେରା'ର ପ୍ରଥମ ରୋମାଣ୍ଟିକ ଗୀତ 'ଫିତୁର'। ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଣ୍ଡର ୱାଟର ରୋମାନ୍ସ ଦେଖିବାକୁ ମିଳୁଛି। ଏହାପୂର୍ବରୁ ଫିଲ୍ମର ପ୍ରଥମ ଗୀତ 'ଜୀ ହୁଜୁର' ରିଲିଜ ହୋଇଥିଲା । ଏହି ଫିଲ୍ମ ଜୁଲାଇ 22ରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହି ଗୀତଟି ଅରିଜିତ ସିଂ ଏବଂ ନୀତି ମୋହନ ଗାଇଛନ୍ତି । ଜଣାଶୁଣା ସଂଗୀତକାର ମିଥୁନ ଏହି ଗୀତ ରଚନା କରିଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ନିଜେ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ଏହି ଗୀତରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି । ଚଳିତ ବର୍ଷ ରଣବୀର କପୁର ଦୁଇଟି ଚଳଚ୍ଚିତ୍ର ଶମଶେରା ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।












Click it and Unblock the Notifications