ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଶମଶେରା
ଦୀର୍ଘ ସମୟର ବ୍ରେକ ପରେ କମ୍ ବ୍ୟାକ କଲେ ବଲିଉଡ ଅଭିନେତା ରଣବୀର କପୁର । ଆଜି ରିଲିଜ୍ ହେଲା ରଣବୀର ଅଭିନୀତ ଫିଲ୍ମ 'ଶମଶେରା' । ଫିଲ୍ମ ଫ୍ରାଇଡେରେ 5 ହାଜରରୁ ଊର୍ଦ୍ଧ୍ବ ହଲ୍ରେ ରିଲିଜ୍ ହୋଇଛି ଏହି ଫିଲ୍ମ।
ମୁମ୍ବାଇ: ଦୀର୍ଘ ସମୟର ବ୍ରେକ ପରେ କମ୍ ବ୍ୟାକ କଲେ ବଲିଉଡ ଅଭିନେତା ରଣବୀର କପୁର । ଆଜି ରିଲିଜ୍ ହେଲା ରଣବୀର ଅଭିନୀତ ଫିଲ୍ମ 'ଶମଶେରା' । ଫିଲ୍ମ ଫ୍ରାଇଡେରେ 5 ହାଜରରୁ ଊର୍ଦ୍ଧ୍ବ ହଲ୍ରେ ରିଲିଜ୍ ହୋଇଛି ଏହି ଫିଲ୍ମ। ଆଜି ସକାଳୁ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ବିଷୟରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ରଣବୀରଙ୍କ ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ଫିଲ୍ମ ଦେଖିବା ପରେ ରଣବୀରଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି । ଫିଲ୍ମରେ ରଣବୀରଙ୍କ ବୃଦ୍ଧାବସ୍ଥାକୁ ବେଶୀ ପସନ୍ଦ କରୁଛନ୍ତି ପ୍ରଶଂସକ। ଲୋକମାନେ ଏହାକୁ ଖୋଲାଖୋଲି ପ୍ରଶଂସା କରିବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ସଞ୍ଜୟ ଦତ୍ତଙ୍କ ତିଲକଧାରୀ ଲୁକ୍ ମଧ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଫିଲ୍ମର ଦମଦାର ଗୀତ ଦର୍ଶକଙ୍କ ମନକୁ ଛୁଇଁଛି । ବାଣୀ ଏବଂ ରନବୀରଙ୍କ ରୋମାଣ୍ଟିକ ଅନ୍ଦାଜ ଫ୍ୟାନଙ୍କ ମନ ଜିତି ପାରିଛି ।
ଏହି ଫିଲ୍ମ ର ପ୍ରି ବୁକିଂ ଜୁଲାଇ 16ରୁ ଆରମ୍ଭ ହୋଇଥିଲା । ଆଗୁଆ ବୁକିଂରେ ଫିଲ୍ମ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ସେହି ଅନୁଯାୟୀ, ଏହା ରିଲିଜ୍ ହେବାର ପ୍ରଥମ ଦିନରେ ମଧ୍ୟ ଭଲ ରୋଜଗାର କରିପାରିବ ବୋଲି କୁହାଯାଇପାରେ । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, ଶମଶେରା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ୱରେ 5,550 ସ୍କ୍ରିନ ରିଲିଜ କରାଯାଇଛି, ସେଥିମଧ୍ୟରୁ 4350ଟି କେବଳ ଭାରତରେ ଅଛି । ବାକିଗୁଡିକ ବିଦେଶରେ ରହିଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications