ଭାନି କପୁରଙ୍କର ପ୍ରଶଂସା କଲେ ରଣବୀର କପୁର

Shamshera is set to release theatrically on July 22ବଲିଉଡ ଅଭିନେତା ରଣବୀର କପୁର ନିଜ ଫିଲ୍ମ 'ସମଶେରା'ର କୋ-ଷ୍ଟାର ଭାନି କପୁରଙ୍କର ପ୍ରଶଂସା କରିଛନ୍ତି

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ନିଜ ଫିଲ୍ମ 'ସମଶେରା'ର କୋ-ଷ୍ଟାର ଭାନି କପୁରଙ୍କର ପ୍ରଶଂସା କରିଛନ୍ତି । ତାଙ୍କ ଭୂମିକା ପ୍ରତି ତାଙ୍କର ଧ୍ୟାନ ଏବଂ ପ୍ରତିବଦ୍ଧତା ପାଇଁ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ବୋଲି କହିଛନ୍ତି । ରଣବୀର କହିଛନ୍ତି, 'ଭାନି ଜଣେ ବହୁତ ଭଲ ଅଭିନେତ୍ରୀ। ସେ ବହୁତ ପରିଶ୍ରମୀ। ସେ କ୍ୟାରେକ୍ଟରରେ ରହିବା ପାଇଁ ସବୁବେଳେ ହେଡଫୋନ୍ ପିନ୍ଧନ୍ତି, ସଙ୍ଗୀତ ଶୁଣନ୍ତି ଏବଂ ଚରିତ୍ରରେ ରହିବାକୁ ଚେଷ୍ଟା କରନ୍ତି। ଅନେକ ଥର ମୁଁ ତାଙ୍କ ହଇରାଣ କରିବାକୁ ଚେଷ୍ଟା କରେ।

RANVEER

ସେ ଏହା ମଧ୍ୟ କହିଛନ୍ତି ଯେ "ଆମେ ପରସ୍ପରର ସହ ବିତାଇଥିବା ସମୟକୁ ପ୍ରକୃତରେ ଉପଭୋଗ କରିଥିଲୁ। ମୋତେ ଲାଗୁଛି ଯେ ସେ 'ସମଶେରା'ରେ ଖୁବ ନିପୁଣ ଅଭିନୟ କରିଛନ୍ତି ।ଲୋକେ ତାଙ୍କ ଚରିତ୍ର ଏବଂ ଅଭିନୟକୁ କିପରି ପସନ୍ଦ କରୁଛନ୍ତି ତାହା ଦେଖିବାକୁ ମୁଁ ଅପେକ୍ଷା କରିଛି। ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦେଖିବାକୁ ଅପେକ୍ଷା କରିବା ପାଇଁ ପଡ଼ିବ। "

ତେବେ ଫିଲ୍ମ ସମଶେରାରେ ରଣବୀର କପୁରଙ୍କ ସହ ସଞ୍ଜୟ ଦତ୍ତ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଏକ ନିଷ୍ଠୁର ଜେଲର ଶୁଦ୍ଧ ସିଂ ଭୂମିକାରେ ଦେଖିବା ପାଇଁ ମିଳିବ । 'ଅଗ୍ନିପଥ' ଫେମ୍ କରଣ ମଲହୋତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ 'ସମଶେରା' ଜୁଲାଇ ୨୨ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ।ତେବେ ଏହି ନୂଆ ଯୋଡିକୁ ଦର୍ଶକଙ୍କର କେତେ ଭଲ ପାଇବା ମିଳୁଛି ତାହା ହିଁ ଦେଖିବା ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+