ଫ୍ଲପ ହେଲା ରଣବୀର କପୁରଙ୍କ ଫିଲ୍ମ ଶମଶେରା
ଫ୍ଲପ ହେଲା ରଣବୀର କପୁରଙ୍କ ଫିଲ୍ମ ଶମଶେରା । ଏହି ଚଳଚ୍ଚିତ୍ରଟି ଜୁଲାଇ 22 ରେ ଦେଶର ସାରା ସିନେମା ହଲରେ ମୁକ୍ତିଲାଭ କରିଥିଲା । 150 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଛଅ ଦିନରେ ମାତ୍ର 38.45 କୋଟି ଟଙ୍କା କଲେକସନ୍ କରିଛି ।
ମୁମ୍ବାଇ: ଫ୍ଲପ ହେଲା ରଣବୀର କପୁରଙ୍କ ଫିଲ୍ମ ଶମଶେରା । ଏହି ଚଳଚ୍ଚିତ୍ରଟି ଜୁଲାଇ 22 ରେ ଦେଶର ସାରା ସିନେମା ହଲରେ ମୁକ୍ତିଲାଭ କରିଥିଲା । 150 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଛଅ ଦିନରେ ମାତ୍ର 38.45 କୋଟି ଟଙ୍କା କଲେକସନ୍ କରିଛି । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ କରଣ ମଲହୋତ୍ରା ଫିଲ୍ମ ଫ୍ଲପ ହେବା ପରେ ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ।

ରଣବୀର କପୁର, ବାଣୀ କପୁର, ସଞ୍ଜୟ ଦତ୍ତ, ରୋନିତ ରୟ ଏବଂ ସୌରଭ ଶୁକ୍ଲାଙ୍କ ଭଳି ଦିଗ୍ଗଜ ତାରକାଙ୍କ ଦ୍ୱାରା ସଜ୍ଜିତ ଏହି ଫିଲ୍ମ ପାଞ୍ଚ ଦିନରେ 50 କୋଟି ଟଙ୍କା ବି ଛୁଇଁ ପାରିଲାନାହିଁ । ଫିଲ୍ମର ଏଭଳି ପ୍ରଦର୍ଶନ ଯୋଗୁଁ ପ୍ରଯୋଜକ କ୍ଷତି ସହିବେ ବୋଲି କୁହାଯାଉଛି।












Click it and Unblock the Notifications