ଚାଲିଲା ନାହିଁ ରଣବୀରଙ୍କ ଯାଦୁ , ଦେଖନ୍ତୁ ୪ଦିନରେ କେତେ ଆୟ କରିଛି 'ଶମଶେରା'
Shamshera Box Office Collection :ଚାଲିଲା ନାହିଁ ରଣବୀରଙ୍କ ଯାଦୁ , ୪ଦିନ ମଧ୍ୟରେ ମାତ୍ର ୩୪ କୋଟି ଟଙ୍କା ଆୟ କରିଛି 'ଶମଶେରା'
ମୁମ୍ବାଇ : ଖୁବ ଯୋରଦାର ପ୍ରଚାର ହୋଇଥିଲା । ଫିଲ୍ମ 'ଶମଶେରା' ରିଲିଜ୍ ପୂର୍ବରୁ ରଣବୀର ପ୍ରତ୍ୟକ ସ୍ଥାନକୁ ଯାଇ ନିଜ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ୪ ବର୍ଷ ପରେ ରଣବୀର ପରଦାକୁ ଫେରିଥିଲେ । ଦର୍ଶକଙ୍କଠୁ ଅନେକ ଆଶା ମଧ୍ୟ ରଖିଥିଲେ । କାରଣ ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ସଞ୍ଜୁ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହା ସହ ଭଲ ଆୟ ମଧ୍ୟ କରିଥିଲା । ଶମଶେରା ଫିଲ୍ମରୁ ମଧ୍ୟ କିଛି ସେହିପରି ଭାବେ ଆଶା ରଖିଥିଲେ ରଣବୀର । ହେଲେ ୧୫୦ କୋଟି ବଜେଟ୍ରେ ନିର୍ମିତ ଶମଶେରା ପାଇଁ ୫୦ କୋଟି ଟଙ୍କା ଆୟ କରିବା ବି କଷ୍ଟକର ହୋଇ ପଡିଛି । ୪ଦିନ ମଧ୍ୟରେ ମାତ୍ର ୩୪ କୋଟି ଟଙ୍କା ଆୟ କରିଛି 'ଶମଶେରା' ।

ସୋସିଆଲ ମିଡିଆରେ ସିନେପ୍ରେମୀ ଫିଲ୍ମକୁ ଭିନ୍ନ ଭିନ୍ନ ମତ ଦେଉଛନ୍ତି । 'ଶମଶେରା' ଫିଲ୍ମ ଦେଖିବା ପାଇଁ ସିନେମା ଘରେ ଲୋକଙ୍କ ଭିଡି଼ ଦେଖିବା ପାଇଁ ମିଳୁ ନାହିଁ । ୟଶରାଜ ବ୍ୟାନରର ଏହା ଚତୁର୍ଥ ଫ୍ଲପ୍ ଫିଲ୍ମ । ୨୦୨୨ର ସବୁଠୁ ବଡ ଫ୍ଲପ୍ ଫିଲ୍ମ ସୂଚୀରେ ସାମିଲ୍ ହୋଇ ସାରିଛି 'ଶମଶେରା' । ତେବେ ଖାସ କଥା ହେଲା ଫିଲ୍ମର କାହାଣୀକୁ କିଛି ଖାସ ପସନ୍ଦ କରୁ ନାହଁନ୍ତି ଦର୍ଶକ। ଫିଲ୍ମରେ VFXକୁ ପସନ୍ଦ କରୁଛନ୍ତି ଦର୍ଶକ । ସିନେମାରେ ରଣବୀର କପୁରଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଛି । ଏହି ସପ୍ତାହରେ ହିଁ ଫିଲ୍ମଟିକୁ ସିନେମା ହଲ୍ରୁ ହଟାଇବାର ଆଶଙ୍କା ରହିଛି । ବ୍ୟାପକ ପ୍ରମୋଶନ, ଜବରଦସ୍ତ ଟ୍ରେଣ୍ଡ, ଏ ଲିଷ୍ଟର୍ସ କାଷ୍ଟିଂ, ଚମତ୍କାର ଅଭିନୟ ସତ୍ଵେ ବକ୍ସଅଫିସରେ କିଛି ଖାସ ଆୟ କରିପାରି ନାହିଁ ଫିଲ୍ମ 'ଶମଶେରା' ।












Click it and Unblock the Notifications