ଏହି ଦିନ ରିଲିଜ୍ ହେବ 'ଶକୁନ୍ତଲାମ', ଦର୍ଶକଙ୍କ ହୃଦୟ ଜିତିଲେ ସମନ୍ଥା

ଏହି ଦିନ ରିଲିଜ୍ ହେବ 'ଶକୁନ୍ତଲାମ', ଦର୍ଶକଙ୍କ ହୃଦୟ ଜିତିଲେ ସମନ୍ଥା ,

ମୁମ୍ବାଇ: ସାଉଥ ଫେମସ୍ ଅଭିନେତ୍ରୀ ସମନ୍ଥା ପ୍ରଭୁ । ପୁଣି ନିଜ ଅନ୍ଦାଜରେ ଦର୍ଶକଙ୍କୁ କଲେ ମତୁଆଲା । ରିଲିଜ୍ ହେଲା 'ଶକୁନ୍ତଲାମ'ର ମୋସନ୍ ପୋଷ୍ଟର । ଯେଉଁଥିରେ ଅଭିନେତ୍ରୀଙ୍କ ସହ ଦେବ ମୋହନ ନଜର ଆସୁଛନ୍ତି । ଏହା ସହିତ ଫିଲ୍ମ ରିଲିଜ୍ ତାରିଖର ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ।

ନିଜ ଫିଲ୍ମ ପୋଷ୍ଟର ସେୟାର କରିବା ସହ ଅଭିନେତ୍ରୀ ଲେଖିଛନ୍ତି 'ଶକୁନ୍ତଲାମ' ବିଶ୍ୱବ୍ୟାପୀ ନଭେମ୍ବର ୪ରେ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁନାଶେଖର । ଏହି ପୋଷ୍ଟରରେ ସମନ୍ଥା ନୀଳ ରଙ୍ଗର ପୋଷାକରେ ନଜର ଆସୁଛନ୍ତି । ଉଭୟ ଦେବ ମୋହନ ଓ ସମନ୍ଥାଙ୍କ ଯୋଡିକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଅନେକ ଫ୍ୟାନ୍ସ ଏବେଠୁ ଏହି ଯୋଡିକୁ ସୁପରହିଟ୍ ବୋଲି କହିବା ଆରମ୍ଭ କରିଦେଲେଣି ।

Shakuntalam

ସୂଚାନା ଅନୁସାରେ, ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ ଭାଷାରେ ରିଲିଜ୍ କରାଯିବ । ଏହି ସିନେମାରେ ଦର୍ଶକ ମହାଭାରତର ଶକୁନ୍ତଳା ଏବଂ ରାଜା ଦୁଶାନ୍ତଙ୍କ କାହାଣୀ ଦେଖିବା ପାଇଁ ପାଇବେ । ଏହି ସିନେମାରେ ସମନ୍ଥା ପ୍ରଭୁ, ମୋହନ ବାବୁ, ଗୌତମ, ଆଦିତ୍ୟ ବାଲାନ, ଆଦି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଛଡା ଏହି ଫିଲ୍ମ ଜରିଆରେ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଆରହା ଶିଶୁ କଳାକାର ଭାବେ ଟଲିଉଡ ଜଗତରେ ପାଦ ଦେବେ ।

ଗୁରୁତର ରୋଗରେ ଆକ୍ରାନ୍ତ ଅଭିନେତ୍ରୀ ସମନ୍ଥା

ସୂଚନା ଅନୁସାରେ ଅଭିନେତ୍ରୀ ସମନ୍ଥା 'Polymorphic Light Eruption' ନାମକ ଏକ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସୂର୍ଯ୍ୟ କିରଣରେ ଅଧିକ ରହିବା ଦ୍ୱାରା ଏହି ରୋଗ ହୋଇଥାଏ । ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀ ନିଜ ସମସ୍ତ କାମରୁ ବ୍ରେକ୍ ନେଇ ଚିକିତ୍ସା ପାଇଁ ବେଦଶ ଗସ୍ତରେ ଅଛନ୍ତି ।

ବଲିଉଡ ଡେବ୍ୟୁ

ଅନ୍ୟପଟେ ଖୁବ ଶିଘ୍ର ସମନ୍ଥାଙ୍କୁ ଆୟୁଷ୍ମାନ୍ ଖୁରାନାଙ୍କ ସହ ବଡ଼ ପରଦାରେ ନଜର ଆସିବେ । ନିକଟରେ ଅଭିନେତ୍ରୀଙ୍କୁ କରନଙ୍କ ଟକ୍ ଶୋ 'କଫି ୱିଥ୍ କରଣ'ରେ ଅକ୍ଷୟଙ୍କ ସହ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+