Shaitan Box Office Collection: ୨୦୨୪ର ପ୍ରଥମ ସୁପରହିଟ୍ ସିନେମା 'ଶୈତାନ'!
Shaitaan Box Office Collection: ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ଶୈତାନ'ଆଜିକା ତାରିଖରେ ଲାଇମଲାଇଟରେ ରହିଛି । ସିନେମାର ଟ୍ରେଲର ରିଲିଜ୍ ହେବା ପରଠୁ ହିଁ ଏହା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଥିଏଟରେ ଚହଳ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଏହି ଫିଲ୍ମଟି ନୂଆ ନୂଆ ରେକର୍ଡ ବ୍ରେକ୍ କରିବାରେ ଲାଗିଛି ।
ବିକାଶ ବାହଲଙ୍କ ନିର୍ଦ୍ଦେଶରେ ନିର୍ମିତ 'ଶୈତାନ'ର ବଜେଟ୍ ହେଉଛି 60 କୋଟି ଟଙ୍କା। ଚାରି ଦିନ ମଧ୍ୟରେ ଫିଲ୍ମଟି ମୂଳ ବଜେଟ୍ ଅତିକ୍ରମ କରିସାରିଛି । ପ୍ରଥମ ଦିନରେ 14.75 କୋଟି ଟଙ୍କା ସଂଗ୍ରହ କରିଥିବା ଫିଲ୍ମ 'ଶୈତାନ' ପ୍ରଥମ ତିନି ଦିନ ମଧ୍ୟରେ ବେଶ୍ ଭଲ ବ୍ୟବସାୟ କରିଛି ।
ଏହି ଚଳଚ୍ଚିତ୍ରଟି ରିଲିଜ ହେବାର ମାତ୍ର 5 ଦିନ ମଧ୍ୟରେ ସାରା ବିଶ୍ୱରେ 100 କୋଟି ଟଙ୍କା ରୋଜଗାର କରିଛି । ଅଜୟ ଦେବଗନ୍ ଏବଂ ଆର ମାଧବନ୍ ଅଭିନୀତ ଏହି ଚଳଚ୍ଚିତ୍ର ବୁଧବାର ପର୍ଯ୍ୟନ୍ତ 100.25 କୋଟି ଟଙ୍କାର ବ୍ୟବସାୟ ଅତିକ୍ରମ କରିଛି ।

2010 ପରେ ଏପରି ଭୟଙ୍କର ସିନେମା ନିର୍ମାଣ ହୋଇ ନଥିଲା। ହେଲେ ଏହି ଫିଲ୍ମ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛି ଏବଂ ବର୍ତ୍ତମାନ ଏହା ଟପରେ ରହିଛି । ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ବହୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଫିଲ୍ମ ଶୈତାନରେ ଅଜୟ ଦେବଗନ ହିରୋ ଭୂମିକାରେ ଏବଂ ଆର ମାଧବନଙ୍କୁ ଶୈତାନ ଅର୍ଥାତ୍ ଭିଲେନ୍ ଭୂମିକାରେ ଦେଖିବାକୁ ମିଳୁଛି । ପ୍ରଶଂସକମାନେ ମାଧବନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ।
ଯଦି ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ସପ୍ତାହରେ worldwide 100 କୋଟି କ୍ଲବରେ ସାମିଲ ହେଉଛି । ତେବେ ଶୈତାନ 2024 ମସିହାରେ ବଲିଉଡର ପ୍ରଥମ ସୁପରହିଟ୍ ଫିଲ୍ମ ହେବ । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି । କାରଣ ଏହି ଚଳଚ୍ଚିତ୍ରର କାହାଣୀ ଅନ୍ୟ ଭୟଙ୍କର ଚଳଚ୍ଚିତ୍ରଠାରୁ ଭିନ୍ନ ଏବଂ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ପାଇଁ ମଧ୍ୟ ଦାବି କରିଛନ୍ତି ।












Click it and Unblock the Notifications