ଫ୍ୟାନ୍‌ଙ୍କ ପାଗଳାମି ଦେଖି ରାଗିଲେ ଶାହାରୁଖ୍ ,ସମ୍ଭାଳିଲେ ପୁଅ ଆର୍ଯ୍ୟନ୍‌

SHAH RUKH KHAN VIRAL VEDIO : Shahrukh Khan Spotted At An Airport In Mumbai Today With His Fmily

ମୁମ୍ବାଇ: ନିଜ ପ୍ରିୟ ସେଲିବ୍ରିଟିଙ୍କର ଗୋଟେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ଫ୍ୟାନ୍ସ । ହେଲେ ବେଳେ ବେଳେ ନିଜ ପ୍ରଶଂସକଙ୍କ ପାଇଁ ଷ୍ଟାର ବିଭିନ୍ନ ଅସୁବିଧାର ପଡିଥାନ୍ତି । ଯେଉଁଥି ପାଇଁ ଫ୍ୟାନ୍ସଙ୍କୁ ନିଜ ପ୍ରିୟ କଳାକାରଙ୍କ ରାଗର ଶିକାର ମଧ୍ୟ ହେବା ପାଇଁ ପଡିଥାଏ । ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଯେଉଁଠି ଜଣେ ଫ୍ୟାନ୍ସଙ୍କ ଉପରେ ରାଗିଲେ ବଲିଉଡର ବାଦଶାହା ।

SHAH RUKH KHAN

ନିକଟରେ ଶହାରୁଖ ଖାନ୍‌ ନିଜ ଦୁଇ ପୁଅ ଆର୍ଯ୍ୟନ୍‌ ଓ ଅବରାମଙ୍କ ସହ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ । ଯେଉଁଠି ଖାନ ପରିବାର ସହ ମ୍ୟାନେଜର ପୂଜା ଦଦଲାନି ମଧ୍ୟ ଥିଲେ । ହେଲେ ନିଜ ଫେଭରେଟ୍‌ ଷ୍ଟାରଙ୍କୁ ଏତେ ପାଖରେ ଦେଖି ନିଜକୁ କଣ୍ଟ୍ରୋଲ
କରିପାରି ନଥିଲେ ଫ୍ୟାନ୍ସ ।

srk

ସୁପରଷ୍ଟାର ଶାହାରୁଖଙ୍କ ସହ ଫଟୋ ଉଠାଇବାକୁ ପାଇଁ ସମସ୍ତେ ଚେଷ୍ଟା କରୁଥିଲେ । ଏହା ମଧ୍ୟରେ ଜଣେ ବ୍ୟକ୍ତି ଶାହାରୁଖ ଖାନଙ୍କ ସହ ସେଲଫି ନେବାକୁ ଯାଇ ଧସେଇ ପସିବା ସହ ଅଭିନେତାଙ୍କ ହାତ ଧରି ଫୋଟ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ବ୍ୟକ୍ତିଙ୍କର ଏପରି ବ୍ୟବହାର ଦେଖି ଖୁବ ରାଗିଯାଇଥିଲେ ଶାହାରୁଖ । ସେ ତୁରନ୍ତ ହାତ ଛଡାଇବା ସହ ପଛକୁ ଘୁଞ୍ଚି ଯାଇଥିଲେ । ଶାହାରୁଖଙ୍କୁ ରାଗିବାର ଦେଖି ପୁଅ ଆର୍ଯ୍ୟନ ତାଙ୍କ ପାଖକୁ ଆସି ତାଙ୍କୁ ସମ୍ଭାଳିବା ସହ ତାଙ୍କୁ କଭର କରି ତାଙ୍କ ସହ ଆଗକୁ ବଢିଥିଲେ । ଏହି ଭିଡିଓଟି ସୋସିଆଲ ମଡିଆରେ ଖୁବ ଭାଇରାଲ ହେବା ସହ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି । ଏହା ସହ ଆର୍ଯ୍ୟନ୍‌ ଖାନ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ସାଉଁଟୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+