ପୁଅ ସହ ଭିଡିଓ କଲ୍ରେ କଥା ହେଲେ ଶାହାରୁଖ
ଆଜି ଭିଡିଓ କଲ୍ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନଙ୍କ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ ଓ ଗୌରୀ।
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଜାମିନ୍ ଶୁଣାଣି ତାଙ୍କର ସ୍ଥଗିତ ରଖାଯାଇଛି । ଯାହା ଅକ୍ଟୋବର ୨୦କୁ ଘୁଞ୍ଚି ଯାଇଛି । ତେବେ ଆଜି ଭିଡିଓ କଲ୍ ମାଧ୍ୟମରେ ଜେଲ ଭିତରୁ ଆର୍ଯ୍ୟନଙ୍କ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ ଓ ଗୌରୀ।

କଏଦୀଙ୍କ ସହ ସପ୍ତାହରେ ୨ ଥର ଭିଡିଓ କଲ୍ରେ ଘରର ସଦସ୍ୟଙ୍କ ସହ କଥା କରା ଯାଇପାରିବ । ଅନ୍ୟପଟେ ଜେଲ୍ରେ କଏଦୀମାନଙ୍କ ପାଇଁ ମୋବାଇଲ ଫୋନ୍ ଉପଲବ୍ଧ କରାଯାଇଛି। ଯାହା ମାଧ୍ୟମରେ ଭିଡିଓ କଲ୍ ହୋଇ ପାରିବେ। ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲ୍ରେ କଏଦୀ ନମ୍ବର ମଧ୍ୟ ଦିଆଯାଇଛି ।
ଯେପର୍ଯ୍ୟନ୍ତ ଆର୍ଯ୍ୟନ ଜେଲରେ ରହିବେ, ତାଙ୍କୁ ୯୫୬ କଏଦୀ ଭାବରେ ଡକାଯିବ। ଅକ୍ଟୋବର ୧୧ ରେ, ଶାହାରୁଖ ତାଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଥିଲେ। ଜେଲ ନିୟମ ଅନୁଯାୟୀ କଏଦୀଙ୍କ ପରିବାର ତାଙ୍କୁ ମାସରେ ଥରେ ୪୫୦୦ ଟଙ୍କା ମନି ଅର୍ଡର ପଠାଇ ପାରିବେ। ଏହି ଟଙ୍କା ଜରିଆରେ କଏଦୀମାନେ ନିଜ ପସନ୍ଦ ମୁତାବକ ଜେଲ୍ କ୍ୟାଣ୍ଟିନରୁ ଖାଦ୍ୟ ଖାଇ ପାରିବେ।












Click it and Unblock the Notifications