DDLJ ରିମେକରେ ନଜର ଆସିବେ ଶାହରୁଖଙ୍କ ପୁଅ ଓ କାଜୋଲଙ୍କ ଝିଅ
ମୁମ୍ବାଇ: ଲୋକପ୍ରିୟ ହିନ୍ଦି ଚଳଚ୍ଚିତ୍ର "ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେ" ବା ଡିଡିଏଲଜେ ର ଆସୁଛି ରିମେକ । ଏଥିରେ ରାଜ ଭୂମିକାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବେ। ତେବେ ଏହି ଫିଲ୍ମ ଦ୍ୱାରା ନ୍ୟସା ବଲିଉଡକୁ ଡେବ୍ୟୁ କରିବେ।
ଇତିମଧ୍ୟରେ ଏହି ଫିଲ୍ମକୁ ୨୮ବର୍ଷ ବିତିଛି । ଦର୍ଶକଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେ-ନିର୍ମାତା ମୁକେଶ ଛାବ୍ରା ଡିଡିଏଲଜେର ରିମେକ୍ ଆଣିବାକୁ ଯାଉଛନ୍ତି । ନ୍ୟସା ଏହି ଫିଲ୍ମରେ କାମ କରିବା ପାଇଁ ମା' କାଜୋଲଙ୍କ ଠାରୁ ଅଭିନୟ ଶିକ୍ଷା ନେଉଥିବା ଜଣାଯାଇଛି ।

ଏହି ଲୋକପ୍ରିୟ ଫିଲ୍ମର ରିମେକ୍ ଆସୁଥିବା ଶୁଣି ସିନେପ୍ରେମୀ ଉତ୍ସାହିତ ହୋଇ ପଡ଼ିଛନ୍ତି । ଦର୍ଶକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି ବୋଲି କୁହାଯାଉଛି । ପ୍ରଥମତଃ ସେମାନଙ୍କ ପ୍ରିୟ ସିନେମା ଡିଡିଏଲଜେର ରିମେକ୍ ଆସିବାକୁ ଯାଉଛି । ଦ୍ବିତୀୟତଃ ଏଥିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବାର ଖବର ଶୁଣି ଦର୍ଶକ ଖୁବ ଉତ୍ସାହିତ ଅଛି । ଆର୍ଯ୍ୟନ ଓ ନ୍ୟସାଙ୍କ ଯୋଡ଼ି ପରଦାରେ କେମିତି ଲାଗୁଛି ତାହାର ଅପେକ୍ଷା ରହିଲା ।












Click it and Unblock the Notifications