ଶାହରୁଖ ଖାନ୍ ବନିବେ ‘ଡଙ୍କି’ !
ଶାହରୁଖ ଖାନ୍ ବନିବେ ‘ଡଙ୍କି’ । ତେବେ କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ଆପଣଙ୍କୁ ନିଶ୍ଚୟ । ଆପଣ ଭାବୁ ଥିବେ କଣ ସବୁ କହୁଛନ୍ତି ଏମାନେ ? ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ସେ... ଆଉ ସେ ପୁଣି ବନିବେ ‘ଡଙ୍କି’ ?
ମୁମ୍ବାଇ: ଶାହରୁଖ ଖାନ୍ ବନିବେ 'ଡଙ୍କି' । ତେବେ କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ଆପଣଙ୍କୁ ନିଶ୍ଚୟ । ଆପଣ ଭାବୁ ଥିବେ କଣ ସବୁ କହୁଛନ୍ତି ଏମାନେ ? ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ସେ... ଆଉ ସେ ପୁଣି ବନିବେ 'ଡଙ୍କି' ?'

ଆଜ୍ଞା ହଁ.. କଥାଟି ସତ । ଆପଣ ବି ଏକଦମ ଠିକ୍ ପଢୁଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ହିଁ ବନିବେ 'ଡଙ୍କି' । ଏକଥା ଆଜି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶାହରୁଖ ଖୁଲାସ କରିଛନ୍ତି । ତେବେ ଶାହରୁଖ ନିଜେ ବି କନଫ୍ୟୁଜ ଅଛନ୍ତି ଯେ, ସେ ପୁଣି ବନିବେ ଡଙ୍କି ।
ବାସ୍ତବରେ କଥାଟି ଏମିତି ଯେ, ପିକେ ଫେମ୍ ଡିରେକ୍ଟର ରାଜକୁମାର ହିରାନୀଙ୍କ ଆଗମୀ ପ୍ରୋଜେକ୍ଟରେ ଡଙ୍କି କ୍ୟାରେକ୍ଟରରେ ଫିଚର ହେବାକୁ ଯାଉଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନ । ଶେଷରେ ଏକାଠି ହୋଇଛନ୍ତି ଶାହରୁଖ ଓ ରାଜୁ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଏହା ସହିତ ପ୍ରଥମ ଥର ପାଇଁ ଏହି ଯୋଡ଼ିଙ୍କ କାମ ଦେଖିବେ ସିନେପ୍ରେମୀ।
ତେବେ ଆଜି ଶାହରୁଖ ଓ ରାଜକୁମାର ହିରାନୀ ମଙ୍ଗଳବାର ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିଛନ୍ତି। ତା'ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି 'ଡଙ୍କି'। ଆଉ ଏହା ଆସନ୍ତାବର୍ଷ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ।
ଉଭୟ ଶାହାରୁଖ ଓ ରାଜକୁମାର ହିରାନୀ ଏକ ଭିଡିଓ ଜରିଆରେ ସେମାନଙ୍କର ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ହିରାନୀଙ୍କ ଫିଲ୍ମ ଗୁଡ଼ିକ ଯେମିତି ଭିନ୍ନ ହୋଇଥାଏ ଠିକ୍ ସେହିପରି 'ଡଙ୍କି' ଫିଲ୍ମର ଘୋଷଣା କରିବା ପାଇଁ ଯେଉଁ ଭିଡିଓଟି ପ୍ରସ୍ତୁତ କରାଯାଇଛି, ତାହା ବି ବେଶ୍ ନିଆରା ହୋଇଛି।












Click it and Unblock the Notifications