Get Updates
Get notified of breaking news, exclusive insights, and must-see stories!

ଶାହାରୁଖଙ୍କ କମାଲ୍, 'ପଠାନ୍' କଲା ୧୦୦ କୋଟିର ବ୍ୟବସାୟ

ଶାହାରୁଖଙ୍କ କମାଲ୍, 'ପଠାନ୍' କଲା ୧୦୦ କୋଟିର ବ୍ୟବସାୟ । ଭାଙ୍ଗିଲା ୱାର୍, କେଜିଏଫ୍-୨ର ରେକର୍ଡ ।

pathaan

ମୁମ୍ବାଇ:ଚାରି ବର୍ଷ ପରେ ଶାହାରୁଖ ଖାନଙ୍କ କମବ୍ୟାକ୍ କଲା ବକ୍ସଅଫିସରେ ଧମାଲ୍ । 'ପଠାନ୍' ଜିଣୁଛି ଦର୍ଶକଙ୍କ ମନ କରୁଛି ଜବରଦସ୍ତ ଆୟ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଆୟର ନୂଆ ରେକର୍ଡ ସୃଷ୍ଟି କରୁଛି ଏହି ଫିଲ୍ମ । ରିଲିଜର ପ୍ରଥମ ଦିନରେ ହିଁ ୧୦୦କୋଟି କ୍ଲବରେ ସାମିଲ ହୋଇଛି କିଙ୍ଗ୍ ଖାନଙ୍କ ଚଳଚ୍ଚିତ୍ର ।

Pathaan: ଭାରତରେ 'ପଠାନ୍' ୬୫ କୋଟି ଟଙ୍କା ଓପନିଂ କରିଛି 'ପଠାନ'ର ଅଲ ଇଣ୍ଡିଆର ମୋଟ ଆୟ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରାୟ ୬୭ କୋଟି ଟଙ୍କାର ବ୍ୟବସାୟ କରିଛି । PVR, ଆଇନକ୍ସ ଏବଂ ସିନେପୋଲିସ୍ ପ୍ରଥମ ଦିନରେ ୨୭.୦୫ କୋଟି ଟଙ୍କାର ରୋଜଗାର କରିଛି । ଯାହା ମୋଟ ଆୟର ପ୍ରାୟ ୫୦ ପ୍ରତିଶତ ଭାଗ ଅଟେ ।

ରିଲିଜର ଦ୍ୱିତୀୟ ଦିନ ଗଣତନ୍ତ୍ର ଦିବସ ପାଇଁ ଛୁଟି ଥିବାରୁ ଭାରତୀୟ ମାର୍କେଟରେ ଏହି ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି । ନନ୍ ହଲିଡେରେ ଅର୍ଥାତ୍ ସପ୍ତାହ ମଝିରେ ବିନା ଛୁଟି ଦିନରେ ମଧ୍ୟ ପଠାନର ଆୟ ବେଶ୍ ଅଧିକ ରହିଛି । ୱାର୍, କେଜିଏଫ୍-2, ଠଗ୍ସ ଅଫ୍ ହିନ୍ଦୁସ୍ତାନ ପରି ଫିଲ୍ମର ଓପନିଂ ଡେର ରେକର୍ଡ ବ୍ରେକ୍ କରିଛି ଏହି ଫିଲ୍ମ ।

ବିଦେଶରେ ମଧ୍ୟ ମନ ଜିଣୁଛ 'ପଠାନ୍'

ଆନ୍ତର୍ଜାତୀୟ ବେଲ୍ଟ ବିଷୟରେ କହିବାକୁ ଗଲେ ଚଳଚ୍ଚିତ୍ର 'ପଠାନ' ୪ ମିଲିୟନ ଡଲାରରୁ ଅଧିକ ଆୟ କରିସାରିଛି । ଯାହା ଭାରତୀୟ ଟଙ୍କା ଅନୁସାରେ ୩୫ କୋଟି ଟଙ୍କା । ଯାହା ବଲିଉଡ ଚଳଚ୍ଚିତ୍ର ପାଇଁ ସର୍ବାଧିକ । ବିଦେଶରେ ଭାରତୀୟ ସିନେମା ଇତିହାସରେ ଶାହାରୁଖ ଖାନଙ୍କଠାରୁ ବଡ଼ ଷ୍ଟାର କେହି ନାହାଁନ୍ତି ।

ସାରା ବିଶ୍ୱରେ ୧୦୦ କୋଟି ବ୍ୟବସାୟ କଲା ପଠାନ୍

ଶାହରୁଖ ଖାନ, ଦୀପିକା ପାଦୁକୋଣ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର 'ପଠାନ୍' ବିଶ୍ୱରେ ପ୍ରାୟ ୧୦୨ କୋଟି ଟଙ୍କାରେ ବ୍ୟବସାୟ କରିସାରିଲାଣି । ଯାହାକି ଗୋଟିଏ ଦିନରେ ବିଶ୍ୱ ବକ୍ସ ଅଫିସରେ ଶତକ ହାସଲ କରିଥିବା ପ୍ରଥମ ବଲିଉଡ ଚଳଚ୍ଚିତ୍ର । ୮ ହଜାରରୁ ଅଧିକ ପରଦାରେ 'ପଠାନ' ରିଲିଜ୍ କରାଯାଇଥିଲା । ସୂଚନାଥାଉ ଯେ, ଫିଲ୍ମର ଆୟ ପରିବର୍ତ୍ତନ ମଧ୍ୟ ହୋଇପାରେ । ନିର୍ମାତାଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+