ବଦଳିଲା ଶାହାରୁଖଙ୍କ ଫିଲ୍ମ 'ଜୱାନ'ର ରିଲିଜ୍ ତାରିଖ, ଏହି ଦିନ କରିବ ମୁକ୍ତିଲାଭ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ଚମତ୍କାର ସଫଳତା ପରେ ଏବେ ତାଙ୍କ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପରବର୍ତ୍ତୀ ବଡ ଚଳଚ୍ଚିତ୍ର' ଜୱାନ'କୁ ଅପେକ୍ଷା କରିଛନ୍ତି । ହେଲେ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ବଦଳାଯାଉଛି । ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ସଂପର୍କରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି ।
ରିପୋର୍ଟ ଅନୁସାରେ ନିର୍ମାତାମାନେ ୨ ଜୁନ୍ ୨୦୨୩ରେ ପ୍ରେକ୍ଷାଳୟରେ କିଙ୍ଗ୍ ଖାନଙ୍କ ଏହି ଫିଲ୍ମ ରିଲିଜ୍ କରିବା ପାଇଁ ନିଶ୍ଚିନ୍ତ କରିଥିଲେ । ହେଲେ ବିଭିନ୍ନ କାରଣରୁ ସିନେମାର ରିଲିଜ୍ ତାରିଖକୁ ବର୍ତ୍ତମାନ ବଦଳାଯାଇଛି ।

ଶାହାରୁଖ ଖାନ ୨୦୨୩ ବର୍ଷ ଆରମ୍ଭରୁ ତାଙ୍କର ତିନୋଟି ଚଳଚ୍ଚିତ୍ର ରିଲିଜ ବିଷୟରେ ସୂଚନା ଦେଇଥିଲେ । କିଙ୍ଗ ଖାନଙ୍କ ଥ୍ରୀଲର ଫିଲ୍ମ 'ପଠାନ' ବକ୍ସ ଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଥିଲା । ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ ମଧ୍ୟ କରିଥିଲେ । ଯାହା ପରେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଜୱାନ'ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ।
ନିର୍ମାତାମାନେ ଏହାକୁ ଶାହାରୁଖ ଖାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ବୋଲି ବର୍ଣ୍ଣନା କରିଛନ୍ତି। ନିର୍ମାତାଙ୍କ କହିବାନୁସାରେ, ଏହି ଚଳଚ୍ଚିତ୍ର ଜରିଆରେ ଶାହରୁଖ ପାନ-ଇଣ୍ଡିଆ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଏବଂ ତାଙ୍କୁ ପ୍ରଥମ ଥର ପାଇଁ ଦକ୍ଷିଣର ପ୍ରସିଦ୍ଧ ଅଭିନେତା ବିଜୟ ସେଥୁପଥିଙ୍କ ସହିତ ବଡ ପରଦାରେ ଦେଖିବା ପାଇଁ ମିଳିବ । ବଲିଉଡର ରାଜା ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜୱାନ'ର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଖବର ମୁତାବକ, ଫିଲ୍ମଟି ବର୍ତ୍ତମାନ ୨ ଜୁନ୍ ୨୦୨୩ ପରିବର୍ତ୍ତେ ୨୯ ଜୁନ୍ ୨୦୨୩ରେ ରିଲିଜ ହେବାର ସମ୍ଭାବନା ରହିଛି ।












Click it and Unblock the Notifications