Get Updates
Get notified of breaking news, exclusive insights, and must-see stories!

ଶାହାରୁଖ ନା ବିଜୟ ସେତୁପତି; 'ଯବାନ' ମୁଭିରେ ପ୍ରକୃତ ଭିଲେନ୍ କିଏ ?

Jawan: ଆସନ୍ତା ସେପ୍ଟେମ୍ବର 7 ତାରିଖରେ ଫିଲ୍ମ ଫ୍ରାଇଡେ ରିଲିଜ ହେବାକୁ ଯାଉଛି ବଲିଉଡର କିଙ୍ଗ୍ ଖାନ ଅର୍ଥାତ ଶାହାରୁଖ ଖାନଙ୍କ ବହୁ ଚର୍ଚ୍ଚିଚ ଚଳଚ୍ଚିତ୍ର 'ଯବାନ' । ଏହି ଫିଲ୍ମରେ ଅନେକ ଟ୍ୱିଷ୍ଟ ଦେଖିବାକୁ ମିଳିବ ।

ତେବେ ଭିଲେନ୍ ଓ ହିରୋଙ୍କ ମଧ୍ୟରେ ହୋଇଥିବା ଏହି ଲଢେଇରେ କିଏ ଜିତିବ ତାହା କେବଳ ଫିଲ୍ମ ଦେଖିବା ପରେ ଜଣା ପଡିବ । ମାତ୍ର ଫିଲ୍ମ ରିଲିଜ ହେବା ପୂର୍ବରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିଛି, ଯାହା ଜାଣିବାକୁ ଯେ, ବାସ୍ତବରେ ମୁଭରେ ପ୍ରକୃତ ଭିଲେନ୍ କିଏ ? ଶାହାରୁଖ ଖାନ୍ ନା ବିଜୟ ସେତୁପତି ?

Jawan

ତେବେ ରେଡ ଚିଲିସ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଶାହାରୁଖ ଖାନ ଏବଂ ବିଜୟ ସେତୁପତି ସେମାନଙ୍କ ଚରିତ୍ର ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ଶାହାରୁଖ ଏବଂ ବିଜୟ ସାତୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେଉଁଥିରେ ସେ ଫିଲ୍ମ ବିଷୟରେ ପ୍ରକାଶ କରିଛନ୍ତି ।

ପ୍ରକୃତ ଭିଲେନ୍ କିଏ ?

ଯେତେବେଳେ ବିଜୟ ସେତୁପତିଙ୍କୁ ଭିଲେନ୍ କିଏ ବୋଲି ପଚରା ଯାଇଛି, ସେ କହିଛନ୍ତି- ଯେତେବେଳେ ବି ମୁଁ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରେ, ମୁଁ ଜଣେ ଭିଲେନ୍ ନୁହେଁ, ହିରୋ ଜଣେ ଭିଲେନ୍ । କାରଣ ମୁଁ ମୋର କାମ କରୁଛି ଏବଂ ଯଦି ଅନ୍ୟ କେହି ମୋ କାମର ପଥରେ ଆସନ୍ତି ତେବେ ମୋ ପାଇଁ ସେମାନେ ଭିଲେନ୍, ମୁଁ ନୁହେଁ । ତେଣୁ ଶାହାରୁଖ ହେଉଛନ୍ତି ଭିଲେନ୍ ।

ତେବେ ଯେତେବେଳେ ଶାହାରୁଖ ଖାନଙ୍କୁ ଫିଲ୍ମରେ ଭିଲେନ୍ କିଏ ବୋଲି ପଚରାଗଲା, ସେ କହିଥିଲେ - ମୁଁ ଭଲ, ମୁଁ ଖରାପ । ମୁଁ ପୂନ୍ୟ ଆଉ ମୁଁ ବି ପାପ । ଏହା ଆପଣ ମଧ୍ୟ ନିଜକୁ ପଚାରନ୍ତୁ । ଯେ, ମୁଁ କଣ । କାରଣ ମୁଁ ଆପଣଙ୍କ ପରି ଜଣେ । ତେଣୁ ଏହା ଜଣେ ସାଧାରଣ ମଣିଷର କାହାଣୀ, ଯିଏ ଅସାଧାରଣ କାର୍ଯ୍ୟ କରେ । ସମସ୍ତଙ୍କ ଉନ୍ନତି ପାଇଁ ଅସ୍ୱାଭାବିକ କାର୍ଯ୍ୟ କରେ ।

ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଯବାନରେ ତାଙ୍କର ଅନେକ ଚେହେରା ଦେଖିବାକୁ ଯାଉଛନ୍ତି । ଶାହାରୁଖ ଖାନଙ୍କୁ 5ଟି ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଯାହା ପ୍ରଶଂସକଙ୍କୁ ଚକିତ କରିଛି । ପ୍ରତ୍ୟେକ ଲୁକ୍ ପୂର୍ବ ତୁଳନାରେ ଭିନ୍ନ । ଏହି କାରଣରୁ, ଫିଲ୍ମକୁ ନେଇ ବହୁତ କ୍ରେଜ୍ ରହିଛି ।

ଯବାନ ଫିଲକୁ ଏଟଲି କୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାରେ ଶାହାରୁଖ, ନୟନଥାରା, ସାନିଆ ମାଲହୋତ୍ରା, ପ୍ରିୟମାନି, ରିଦ୍ଧି ଡୋଗ୍ରା ଏବଂ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କର ଏକ କ୍ୟାମୋ ରୋଲ୍ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+