ରାମ ଚରଣଙ୍କୁ 'ଇଡଲି' କହି ଡାକିଲେ ଶାହାରୁଖ, ନିନ୍ଦା କଲେ ଫ୍ୟାନ୍ସ
Shah Rukh Khan and Ram Charan: ଗତ କିଛି ଦିନ ହେବ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଣ୍ତିଂକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଦେଶ ବିଦେଶର ନାମି ଦାମି ବ୍ୟକ୍ତିତ୍ୱ ଏହି ଇଭେଣ୍ଟରେ ଯୋଗ ଦେଇ ଗୁଜୁରାଟ ଜାମ ନଗରରେ ଚାରଚାନ୍ଦ ଲଗାଇଥିଲେ । ଏହି ସମାରୋହ ୩ ମାର୍ଚ୍ଚରେ ଶେଷ ହୋଇଯାଇଛି । ହେଲେ ଏହାର କ୍ରେଜ୍ ଆଜି ବି ରହିଛି ।
ଅନନ୍ତ-ରାଧିକାଙ୍କ ବିବାହ ପୂର୍ବରୁ ଆୟୋଜିତ ଏହି ପାର୍ଟିର ପ୍ରଥମ ଦିନରେ ସଲମାନ ଖାନ, ଶାହାରୁଖ ଖାନ ଏବଂ ଆମୀର ଖାନ ଦକ୍ଷିଣ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆରଆରଆର'ର ସୁପରହିଟ ଗୀତ' ନାଟୁ ନାଟୁ'ରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ତେବେ ସେଠାରେ ରାମ ଚରଣ ମଧ୍ୟ ଉପସ୍ଥିତ ଥିଲେ, ତେଣୁ ଶାହାରୁଖ ତାଙ୍କୁ ଡ୍ୟାନ୍ସ କରିବାକୁ ମଞ୍ଚକୁ ଡାକିଥିଲେ।

ହେଲେ କିଙ୍ଗ ଖାନ ରାମ ଚରଣଙ୍କୁ 'ଇଡଲି'କହି ଡାକିଥିଲେ ଯାହା ସାଉଥ ଲୋକଙ୍କୁ କିଛି ଖାସ ପସନ୍ଦ ଆସି ନାହିଁ । କେବଳ ଏତିକି ନୁହେଁ, ରାମ ଚରଣଙ୍କ ପ୍ରଶଂସକମାନେ ମଧ୍ୟ ଏହି ପ୍ରସଙ୍ଗରେ ଶାହାରୁଖ ଖାନଙ୍କୁ ସମାଲୋଚନା କରିଛନ୍ତି । ରାମ ଚରଣଙ୍କ ମେକଅପ୍ ଆର୍ଟିଷ୍ଟ ଜେବା ହାସନ ତାଙ୍କ ଇନଷ୍ଟା ଷ୍ଟୋରୀରେ ଶାହାରୁଖ ଖାନଙ୍କର ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି - ଇଡଲି ଭଡା ରାମ ଚରଣ, ଆପଣ କେଉଁଠାରେ ଅଛନ୍ତି? ରାମ ଚରଣଙ୍କ ପରି ତାରକାଙ୍କ ପ୍ରତି ଏହା ଅସମ୍ମାନଜନକ ମନ୍ତବ୍ୟ ।
Shahrukh Khan is being insensitive by referring to Ram Charan as "idli," which could be perceived as a racial stereotype against South Indians. SHAME ON YOU @iamsrk#RamCharan pic.twitter.com/kUFRd6fTUj
— YoungTiger | Fan Account | (@Sallu_Stann) March 4, 2024
ଏହି ଘଟଣା ପରେ ରାମ ଚରଣଙ୍କ ପ୍ରଶଂସକମାନେ ଶାହାରୁଖ ଖାନଙ୍କୁ କଡ଼ା ସମାଲୋଚନା କରୁଥିବା ଦେଖିବା ପାଇଁ ମିଳିଛି । ଶାହାରୁଖ ଖାନଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ରାମ ଚରଣଙ୍କ ଫ୍ୟାନ୍ସ ତାଙ୍କୁ କଡ଼ା ସମାଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ଜଣେ ଉପଭୋକ୍ତା ଲେଖିଛନ୍ତି - ଜଣେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ତାଙ୍କ( ଶାହାରୁଖ ଖାନଙ୍କ) କ୍ୟାରିୟରର ସବୁଠାରୁ ବଡ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ଶାହାରୁଖ ଖାନ୍ ରାମ ଚରଣଙ୍କୁ ଇଡଲି କହି ଡାକିବା ଅତ୍ୟନ୍ତ ଖରାପ କଥା ।
ଜେବା ହାସନ ତାଙ୍କ ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି - ଦକ୍ଷିଣ ଅଭିନେତାମାନେ କେବେ ପ୍ରଶଂସିତ କିମ୍ବା ସମ୍ମାନିତ ହୁଅନ୍ତି ନାହିଁ । ଏହା ଆଶ୍ଚର୍ଯ୍ୟଜନକ ଯେ ସମସ୍ତେ ଆମକୁ କମ୍ ଅର୍ଥ ଦେବାକୁ ଚାହାଁନ୍ତି କାରଣ ଆମେ ସାଉଥ ଲୋକ । ହେଲେ ଅଭିନେତା ଦିଲ୍ଲୀ କିମ୍ବା ମୁମ୍ବାଇର ଅଟନ୍ତି ତେବେ ସମାନଙ୍କୁ ସମାନ ଜିନିଷ ପାଇଁ ତିନି ଗୁଣ ଅର୍ଥ ଦିଆଯାଇଥାଏ ।












Click it and Unblock the Notifications