Shahrukh Khan Viral Video: କୋଲକତାରେ ଏହି କାରଣରୁ ଚିନ୍ତାରେ ନଜର ଆସିଲେ ଶାହାରୁଖ ଖାନ,ଭାଇରାଲ ହେଲା ଏପରି ଭିଡିଓ
IPL 2024: ଆଜି IPL'ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । କୋଲକାତା ଇଡେନ୍ ଗାର୍ଡେନ୍ସରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା 7.30 ରେ ଆରମ୍ଭ ହେବ । ତେବେ ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୋଲକାତା ଗରମରେ ଅଭିନେତା ବେଶ୍ ଅସ୍ତବ୍ୟସ୍ଥ ହେଉଥିବାର ଦେଖିବା ପାଇଁ ମିଳୁଛି । ଭିଡିଓରେ କିଙ୍ଗ ଖାନ ବାରମ୍ବାର ମୁହଁ ପୋଛି ପାଣି ପିଇଥିବାର ନଜର ଆସୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭିଡିଓ ଆଜି ବେଶ୍ ଭାଇରାଲ ହେଉଛି । ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ନିଜ ପ୍ରିୟ ଅଭିନେତାଙ୍କର ଏହି ଭିଡିଓରେ କମେଣ୍ଟ ଦେଉଥିବାର ଦେଖିବାକୁ ମିଳୁଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏଥର ଆଇପିଏଲରେ ଶାହାରୁଖ ଖାନ କୋଲକାତା ନାଇଟ୍ ରାଇଡର୍ସର ପ୍ରତ୍ୟେକ ମ୍ୟାଚରେ ନଜର ଆସିଥାନ୍ତି । ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ତେଣୁ ଶାହାରୁଖ ଖାନ ଇଡେନ ଗାର୍ଡେନରେ ପହଞ୍ଚିଛନ୍ତି, କିନ୍ତୁ କୋଲକତା ଗରମ ତାଙ୍କ ଚିନ୍ତା ବଢାଇ ଦେଇଛି ।
SRK can't handle the heat of Kolkata at all.. Taqleef saaf saaf dikh rha pic.twitter.com/l6piEr8w3x
— ℣αɱριя౯ 2.1.0 (@Revamped_SRKC) April 28, 2024
ସୂଚନାଥାଉ ଯେ, ବର୍ତ୍ତମାନ ଆପିଏଲର ପଏଣ୍ଟ ଟେବୁଲରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱିତୀୟ ସ୍ଥାନରେ ରହିଛି । କୋଲକାତା ନାଇଟ୍ ରାଇଡର୍ସ 8 ଟି ମ୍ୟାଚ୍ ରେ 10 ପଏଣ୍ଟ ପାଇଛନ୍ତି । ଏପର୍ଯ୍ୟନ୍ତ ଏହି ଦଳ 5 ଟି ମ୍ୟାଚ୍ ଜିତିଛି, କିନ୍ତୁ 3 ଥର ପରାଜୟର ସମ୍ମୁଖୀନ ହୋଇଛି । କୋଲକାତା ନାଇଟ୍ ରାଇଡର୍ସ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ 261 ରନ୍ ସ୍କୋର କରିଥିଲା ।












Click it and Unblock the Notifications