ବଲିଉଡ ବାଦଶାହାଙ୍କ ଜନ୍ମ ଦିନ, ୫୯ ବର୍ଷରେ ପାଦ ରଖିଲେ କିଙ୍ଗ୍ ଖାନ
Shahrukh Khan Birthday: ଆଜି ବଲିଉଡର ବାଦଶାହା କିଙ୍ଗ ଖାନାଙ୍କ ଜନ୍ମଦିନ । ଆଜି ଶାହାରୁଖ ନିଜ ୫୯ ତମ ଜନ୍ମ ଦିନ ପାଳନ କରୁଛନ୍ତି । ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ଗତ ତିନି ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି କିଙ୍ଗ୍ ଖାନ । ତାଙ୍କର ଅପୂର୍ବ ଅଭିନୟ ଏବଂ ସୁପରହିଟ୍ ଚଳଚ୍ଚିତ୍ର ଯୋଗୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ବାଦଶାହା ସାଜିଛନ୍ତି ଶାହାରୁଖ ।
ବଲିଉଡର ବାଦଶାହାଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି ଯେଉଁମାନଙ୍କ ପାଇଁ ଅଭିନେତାଙ୍କ ଜନ୍ମଦିନ କୌଣସି ଉତ୍ସବଠାରୁ କମ୍ ନୁହେଁ । ପ୍ରତ୍ୟେକ ଥର ବାଦଶାହାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ହଜାର ହଜାର ପ୍ରଶଂସକ ମନ୍ନତ ସମ୍ମୁଖରେ ଏକତ୍ରିକ ହୋଇଥାନ୍ତି । ଏଥର ମଧ୍ୟ ଶାହାରୁଖଙ୍କ ଘର ବାହାରେ ଧିରେ ଧିରେ ଭିଡ଼ ବଢିବାରେ ଲାଗିଛି ।

ଆଜି ବଲିଉଡେରା ରାଜ କରୁଥିବା କିଙ୍ଗ୍ ଖାନ ଶାହାରୁଖ ପ୍ରଥମେ ଟେଲିଭିଜନ ଏବଂ ପରେ ସିନେମା ଜଗତରେ ପାଦ ଦେଇଥିଲେ । ଚଳଚ୍ଚିତ୍ର 'ଦିୱାନା' ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ ।












Click it and Unblock the Notifications