ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ସମ୍ମାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ । ଏଥିରେ ହିନ୍ଦୀ ଚଳଚ୍ଚିତ୍ର '12th fail' କୁ ସର୍ବୋତ୍ତମ ଫିଚର୍ ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ । ଅନ୍ୟ ପକ୍ଷରେ ହିନ୍ଦୀ ଚଳଚ୍ଚିତ୍ର 'କଥାଲ୍-ଏ ଜ୍ୟାକ୍ଫ୍ରୁଟ୍ ମିଷ୍ଟ୍ରି'କୁ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ।
ଚଳଚ୍ଚିତ୍ର 'ଯବାନ୍' ପାଇଁ ଅଭିନେତା ସାହାରୁଖ୍ ଖାନ୍ ଏବଂ ବିକ୍ରାନ୍ତ ମାସେଙ୍କୁ '୧୨ଗ୍ଧଷ ଲବସକ୍ଷ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନ ଲାଲଙ୍କୁ ୨୦୨୩ ମସିହା ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ ।
ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ 'ମିଶେଶ ଚାଟାର୍ଜୀ ଭର୍ସେସ୍ ନରୱେ' ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ସର୍ବୋତ୍ତମ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ଅଣ-ଫିଚର୍ ଫିଲ୍ମ ବର୍ଗରେ ସୌମ୍ୟଜିତ ଘୋଷ ଦସ୍ତିଦାରଙ୍କ ନିର୍ଦ୍ଦେଶିତ 'ଫ୍ଲାୱାରିଂ ମ୍ୟାନ୍' ଚଳଚ୍ଚିତ୍ର ସର୍ବୋତ୍ତମ ଅଣ-ଫିଚର୍ ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ ।

ଘୋଷଣା ଅନୁଯାୟୀ ହିନ୍ଦୀ ଚଳଚ୍ଚିତ୍ର 'ରକି ଅର୍ ରାନୀ କି ପ୍ରେମ୍ କାହାନୀ'କୁ ସୁସ୍ଥ ମନୋରଂଜନ ପାଇଁ ସର୍ବୋତ୍ତମ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିବା ବେଳେ ସାମ୍ବାହାଦୂରକୁ ସାମାଜିକ ଏବଂ ପରିବେଶଗତ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ସର୍ବୋତ୍ତମ ଫିଚର୍ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କର'କୁ ମନୋନୀତ କରାଯାଇଛି ।












Click it and Unblock the Notifications